ରାଜ୍ୟ

୭% ହାରରେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ଆଶା

ଭୁବନେଶ୍ୱର,୨୩।୯ (ଅନୁରାଧା ମହାରଣା): ଭାରତର ଅର୍ଥନୀତି ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୮.୨ ପ୍ରତିଶତ ହାରରେ ବୃଦ୍ଧି ପାଇଥିବାବେଳେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ନେଇ ବିଭିନ୍ନ ଗବେଷଣାକାରୀ ସଂସ୍ଥା ତଥା ଅର୍ଥନୀତିଜ୍ଞ ଆକଳନ କରୁଛନ୍ତି। ଏହିକ୍ରମରେ ରବିବାର ଦେଶର ଅଗ୍ରଣୀ ଆକାଉଣ୍ଟିଂ ଏବଂ ପରାମର୍ଶଦାତା ସଂସ୍ଥା ଡେଲୋଏଟ ଆକଳନ କରିଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ପ୍ରାୟ ୭ ପ୍ରତିଶତ ହାରରେ ବୃଦ୍ଧି ପାଇବ।

୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହୋଇପାରେ ବୋଲି ଡେଲୋଏଟ ପକ୍ଷରୁ ଆକଳନ କରାଯାଉଛି। ଡେଲୋଏଟ ଦକ୍ଷିଣ ଏସିଆର ସିଇଓ ରୋମାଲ ଶେଟ୍ଟୀଙ୍କ ଅନୁଯାୟୀ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ଗ୍ରାମାଞ୍ଚଳରେ ଚାହିଦା ବଢ଼ୁଛି। ଏହା ବ୍ୟତୀତ ଯାନବାହନ ବିକ୍ରି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ଏଭଳି ପରିସ୍ଥିତିରେ ଚଳିତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭ ରୁ ୭.୧ ପ୍ରତିଶତ ହୋଇପାରେ। ତେବେ ମଧ୍ୟ ପୂର୍ବ ଏବଂ ୟୁକ୍ରେନରେ ଚାଲିଥିବା ଉତ୍ତେଜନା ଏବଂ ପାଶ୍ଚାତ୍ୟ ଦେଶଗୁଡିକରେ ଅର୍ଥନୈତିକ ମନ୍ଥରତା ଭାରତର ଜିଡିପି ଅଭିବୃଦ୍ଧି ଉପରେ ମଧ୍ୟ ପ୍ରଭାବ ପକାଇବ। ରୋମାଲ ଶେଟ୍ଟୀଙ୍କ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ଯଥାଶୀଘ୍ର କାର୍ଯ୍ୟ ସମାପ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ବର୍ତ୍ତମାନ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତି ଏବଂ ଏହା ୫ ଟ୍ରିଲିୟନ ଡଲାର ଆଡକୁ ଗତି କରୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button