ରାଜ୍ୟ

ବାଣ ଗୋଦାମ ବିସ୍ଫୋରଣ ଘଟଣା; ଘର ମାଲିକଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର ଇନଫୋସିଟି ଥାନା ଚୁନୁକୋଳି ବସ୍ତି ନିକଟରେ ଗତକାଲି ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରୁ ଏକାଧିକ ଜୀବନ ବର୍ତ୍ତି ଯାଇଥିବା ବେଳେ ଏନେଇ ଘର ମାଲିକଙ୍କ ନାମରେ ମାମଲା ରୁଜୁ କରିଛି କମିଶନରେଟ ପୁଲିସ।

ଘର ମାଲିକ ବିଘ୍ନରାଜ ପଟ୍ଟନାୟକ ବିରୋଧରେ ମାମଲା ରୁଜୁ କରିଛି କମିଶନରେଟ ପୁଲିସ୍। ଏଥିସହ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

ସେପଟେ ଗୋଦାମ ଘରକୁ ସିଲ୍ କରିବା ସହ ଅଧିକ ତଦନ୍ତ କରୁଛି ଇନଫୋସିଟି ଥାନା ପୋଲିସ୍ ।

ବାଣ ଗୋଦାମ ସହ ଘର ଭିତରେ କିଭଳି ଲେଡିଜ୍ ହଷ୍ଟେଲ୍ ଚାଲିଥିଲା ତାହାକୁ ନେଇ ମଧ୍ୟ ତନାଘନା ଚାଲିଛି । ଉକ୍ତ ଘରେ ୨୦ରୁ ଅଧିକ ଯୁବତୀ ଭଡ଼ାରେ ରହୁଥିଲେ । ସୌଭାଗ୍ୟବଶଃତ ଯେତେବେଳେ ବିସ୍ଫୋରଣ ଘଟିଲା, ସେତେବେଳେ ଘର ଭିତରେ କେହି ନ ଥିଲେ । ନଚେତ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇପାରିନଥାନ୍ତା । ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୁଲିସ୍

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button