ଦେଶ- ବିଦେଶ

ମା’ ଦୁର୍ଗାଙ୍କ ବିସର୍ଜନ ବେଳେ ହଙ୍ଗାମା; ଜଣେ ମୃତ, ୧୫ରୁ ଅଧିକ ଆହତ

କ୍ଷ୍ନୌ: ଉତ୍ତର ପ୍ରଦେଶର ବହରାଇଚରେ ମା’ ଦୁର୍ଗାଙ୍କ ବିସର୍ଜନ ବେଳେ ହଙ୍ଗାମା ହୋଇଛି । ଏହି ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ଲାଠିଚାର୍ଡ କରିବାକୁ ପଡ଼ିଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଘଟଣାରେ ଜଣେ ଏସଓ ଏବଂ ଇନଚାର୍ଜଙ୍କୁ ସସ୍ପେଣ୍ଡ କରିଛନ୍ତି ।

ରବିବାର ସଂଧ୍ୟାରେ ବହରାଇଚର ମହସୀ ତହସିଲ୍ ଅନ୍ତର୍ଗତ ମହାରାଜଗଞ୍ଜରେ କମ୍ବୋ ସମ୍ପ୍ରଦାୟର ଲୋକେ ଜଗତଜନନୀ ଦେବୀ ଦୁର୍ଗାଙ୍କୁ ମେଲାଣୀ ଦେଉଥିଲେ ।ଏହି ସମୟରେ ଡିଜେ ବଜାଇବାକୁ ନେଇ ଅନ୍ୟଏକ ସମ୍ପ୍ରଦାୟର ଲୋକଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଚାହୁଁ ଚାହୁଁ ଏହା ଭୟଙ୍କର ରୂପ ଧାରଣ କରିଥିଲା । ସାମାନ୍ୟ ତାଟିତୁଣ୍ଡ, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ପରିଣତ ହୋଇଥିଲା । କିଛି ଲୋକ ଛାତ ଉପରୁ ପଥର ମାଡ଼ କରିଥିବା ଅଭିଯୋଗ ଆସିଛି । ପରେ ଗୋଟିଏ ଗୋଷ୍ଠୀ ଅନ୍ୟଏକ ଗୋଷ୍ଠୀ ଉପରେ ଫାୟାରିଂ କରିଥିଲେ । ଏଥିରେ ରାମଗୋପାଳ ମିଶ୍ରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗୋଷ୍ଠୀ ସଂଘର୍ଷରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଗା ମା’ଭସାଣି ବେଳେ ଦାୟିତ୍ବରେ ଥିବା ପୋଲିସ ଅଧିକାରୀଙ୍କ ଅବହେଳା ପାଇଁ ଭିଡ଼ ହିଂସା ଘଟିଲା। ଏନେଇ ସ୍ଥାନୀୟ ଆରକ୍ଷୀ ଅଧୀକକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପୋଲିସ ଅବହେଳା ଅଭିଯୋଗରେ ହରଦୀ ଥାନାର ଜଣେ ଏସଓ ଏବଂ ମହସୀ ପୌଲିସ ଚୌକର ଇନଚାର୍ଜଙ୍କୁ ସସ୍ପେଣ୍ଡ କରାଯାଇଛି । ଘଟଣା ସଂଜ୍ଞାନ ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।…

Related Articles

Leave a Reply

Your email address will not be published. Required fields are marked *

Back to top button