ଦେଶ- ବିଦେଶ

କିଏ କବାଡିଆ ତ ଆଉ କିଏ ଜେଲ୍‌ ଫେରନ୍ତା ; ଜାଣନ୍ତୁ ବାବା ସିଦ୍ଦିକିଙ୍କ ଅଭିଯୁକ୍ତଙ୍କ ବିଷୟରେ.

ମୁମ୍ଵାଇ ୧୪।୧୦; ଏନସିପି ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରିବା ଘଟଣା ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି ।ଶନିବାର ବିଳମ୍ବିତ ସନ୍ଧ୍ୟାରେ ସିଦ୍ଦିକିଙ୍କୁ ତାଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ପରେ ତାଙ୍କୁ ମୁମ୍ବାଇର ଲୀଲାବତୀ ଡାକ୍ତରଖାନାକୁ ନିଆଯାଇଥିଲା।

ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ମାମଲାରେ ଧର୍ମରାଜ ରାଜେଶ କଶ୍ୟପ ଓ ଗୁରୁମେଲ ସିଂହ ଧରା ପଡ଼ିଥିବା ବେଳେ ପୋଲିସ ତୃତୀୟ ଅଭିଯୁକ୍ତ ପ୍ରବୀଣଙ୍କୁ ମଧ୍ୟ ଗିରଫ କରିଥିଲା। ବର୍ତ୍ତମାନ ଶିବକୁମାର ଓରଫ ଶିବା ଫେରାର ରହିଛି। ସେହିପରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ମହମ୍ମଦ ଜସିନ ଅଖତରଙ୍କୁ ମଧ୍ୟ ପୁଲିସ୍ ୪ର୍ଥ ଅଭିଯୁକ୍ତ ଭାବେ ଚିହ୍ନଟ କରିଛି।

ଅଭିଯୁକ୍ତଙ୍କ ସମ୍ପର୍କରେ ଜଣାପଡିଛି

ଶନିବାର ସନ୍ଧ୍ୟାରେ ଧର୍ମରାଜ, ଶିବ ଓ ଗୁରୁମୈଲ ବାବା ସିଦ୍ଦିକିଙ୍କ ବିଧାୟକ ପୁଅ ଜୀଶାନ ସିଦ୍ଦିକିଙ୍କ ବାନ୍ଦ୍ର ସ୍ଥିତି ଅଫିସ ନିକଟରେ ପହଞ୍ଚିଥିଲେ। ଅଫିସ ନିକଟରେ ବାବା ସିଦ୍ଦିକି ବାଣ ଫୁଟାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ମୁମ୍ବାଇ ପୋଲିସ୍ର କହିବା କଥା ଯେ ଅଭିଯୁକ୍ତମାନେ ଧୂଆଁ ବାହାରୁଥିବା ସ୍ପ୍ରେ ନିଜ ସହ ଆଣିଥିଲେ। କିନ୍ତୁ ଏସବୁ ପୂର୍ବରୁ ଶିବ କୁମାର ସିଧା ଗୁଳିମାଡ଼ ଆରମ୍ଭ କରିଦେଥିଲା। ବାବା ସିଦ୍ଦିକିଙ୍କ ସୁରକ୍ଷାକର୍ମୀମାନେ ଧର୍ମରାଜ ଓ ଗୁରମୈଲକୁ ଧରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଶିବ କୁମାର ଖସି ପଳାଇଥିଲା। ଧର୍ମରାଜ ଓ ଶିବା କୁମାରଙ୍କ ଘର ଉତ୍ତର ପ୍ରଦେଶରେ। ହରିୟାଣାରେ ହେଉଛି ଗୁରମୈଲର ଘର। ମହମ୍ମଦ ଜସିନ ଅଖତର ହେଉଛି ପଞ୍ଜାବର ଜଲନ୍ଧରର ବାସିନ୍ଦା।

ଗୁରୁମେଲର ଅପରାଧିକ ରେକର୍ଡ ରହିଛି। ୨୦୧୯ରେ ସେ ଗୋଟିଏ ହତ୍ୟା ମାମଲାରେ ଗିରଫ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜାମିନରେ ବାହାରିଥିଲେ। ପରିବାର ଲୋକଙ୍କ କହିବା କଥା ଯେ ୧୧ ବର୍ଷ ପୂର୍ବରୁ ଗୁରୁମେଲ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତା’ର ବାପା ମା’ ମରି ସାରିଛନ୍ତି। ଗୁରମେଲର ଜେଜେ ମା’ କହିଛନ୍ତି, “୩ ମାସ ତଳେ ସେ ଜେଲରୁ ଆସିଥିଲା। ହେଲେ ଘରେ ରହୁ ନଥିଲା। ସେ ଯେତେବେଳେ ଘରକୁ ଆସିଥିଲା, କିଛି ମିନିଟ ପାଇଁ ରହିଥିଲା। ଘରୁ ଯିବା ଦିନ ଠାରୁ ସେ ଆମ ସହ କୌଣସି ସମ୍ପର୍କ ରଖି ନଥିଲା।”

ଉତ୍ତର ପ୍ରଦେଶର ଶିବ କୁମାର ଓ ଧର୍ମରାଜର କୌଣସି ଅପରାଧିକ ରେକର୍ଡ ନାହିଁ। ଶିବ କୁମାରଙ୍କ ମା’ଙ୍କ କହିବାମନୁସାରେ ଯେ ପୁଅ ପୁଣେରେ ଗୋଟିଏ କବାଡ଼ି ଦୋକାନରେ କାମ କରିବାକୁ ଯାଉଥିଲା। ଶେଷଥର ପାଇଁ ସେ ହୋଲିରେ ଘରକୁ ଆସିଥିଲା।

ଧର୍ମରାଜର ମା’ କହିଛନ୍ତି, “ପୁଅ ମୁମ୍ବାଇରେ କ’ଣ କରୁଛି ମୁଁ ଜାଣିନି। ସେ ହୋଲି ପାଇଁ ଘରକୁ ଆସିଥିଲା। ତାପରେ ଫେରିନଥିଲା। ତେଣୁ ଘଟଣା ସମ୍ପର୍କରେ ମୁଁ କିଛି କହିପାରିବି ନାହିଁ।”

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button