ଦେଶ- ବିଦେଶ

ଇସ୍ରାଏଲ ପାଇଲା ବଡ଼ ସୁରାକ: ହମାସ ମୁଖ୍ୟ ବଞ୍ଚିଥିବା ସୂଚନା

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୧ ତାରିଖରେ ହମାସ ମୁଖ୍ୟ ୟାହା ସିନୱାର ନିହତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ବିବୃତି ଜାରି କରାଯାଇଥିଲା। ଶୀର୍ଷ କମାଣ୍ଡର ମୃତ୍ୟୁକୁ ଏକ ବଡ଼ ସଫଳତା ବୋଲି କହିଥିଲା ଇସ୍ରାଏଲ। ଏପରିକି ସେନାର ମିସନ ଗାଜାକୁ ଅଧିକ ସହଜ କରିଥିଲା ସିନୱାରର ମୃତ୍ୟୁ । କିନ୍ତୁ କିଛି ଦିନ ନଯାଉଣୁ ଏବେ ଇସ୍ରାଏଲର ମୁଣ୍ଡ ବିନ୍ଧା ବଢ଼ିଛି ।

କାରଣ ଇସ୍ରାଏଲ ସେନା ଦାବି କରିଛି ଯେ ଏବେବି ବଞ୍ଚିଛି ସିନୱାର। ଇସ୍ରାଏଲ ମିଲିଟାରି ଏଜେନ୍ସି ନିଜେ ହମାସ ମୁଖ୍ୟ ବଞ୍ଚିଥିବା କହିଛି । ନିକଟରେ ଏକ ଗୁପ୍ତ ଠିକଣାରୁ ସିନୱାର କତାର ସହ ଯୋଗାଯୋଗ କରିଛି । ଅନ୍ୟପଟେ ଏହି ଖବରକୁ ଖଣ୍ଡନ କରିଛି କତାର।

-ଗାଜାର ଗୁପ୍ତ ସୁଡଙ୍ଗରେ ଲୁଚିଛି ସିନୱାର
-କାରଣ ଏବେବି ସିନୱାର ମୃତ୍ୟୁର କୌଣସି ଠୋସ ପ୍ରମାଣ ମିଳିନି
-କତାର ସହ ଫୋନ କଥାବାର୍ତ୍ତାର ପ୍ରମାଣ ସିନୱାର ବଂଚିଥିବା ସମ୍ଭାବନାକୁ ବଢ଼ାଇଛି

-ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ
-ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ସିନୱାର
-ଜୁଲାଇ ୩୧ରେ ହାନିୟା ମରିବା ପରେ ସିନୱାର ହମାସର ମୁଖ୍ୟ ହୋଇଥିଲା
-ଗାଜା ପଟ୍ଟିରେ ଜନ୍ମିତ ସିନୱାର ୨୨ବର୍ଷ ଜେଲରେ କାଟିଛି
-୨୦୧୧ରେ ହମାସରେ ଏଟ୍ରିଂ
-ବିଭତ୍ସ ହତ୍ୟା କରିବାରେ ଧୁରନ୍ଧର
-ଶତ୍ରୁମାନଙ୍କୁ ଜୀବନ୍ତ କବର ଦେଇ ପ୍ରତିଶୋଧ ନିଏ
-କ୍ରୁରତାର ଚରମସୀମା ଡେଇଁ ଶତ୍ରୁଙ୍କଠୁ ପ୍ରତିଶୋଧ ନିଏ
-୨୦୧୪ରେ ମଧ୍ୟ ତାର ମୃତ୍ୟ ଖବର ଗୁଜବ ସାବ୍ୟସ୍ତ ହୋଇଥିଲା
-୨୦୧୫ରେ ଆମେରିକା ଅର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା କରିଥିଲା
-ଇରାନର ଘନିଷ୍ଠ ହେଉଛି ସିନୱାର

ଯଦି ସିନୱାର ବଂଚିଥିବା ଖବର ସତ ହୁଏ ତେବେ ଇସ୍ରାଏଲ ବିରୋଧରେ ହମାସର ଆକ୍ରମଣ ଆହୁରି ଜୋରଦାର ହୋଇପାରେ । ହମାସର ଶକ୍ତି ବଢ଼ିବା ସହ ଯୁଦ୍ଧ ଅଧିକ ଆକ୍ରାଣାତ୍ମକ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button