ଦେଶ- ବିଦେଶ

ଗୋ ଏୟାରର ଜଣେ ପାଇଲଟ ପିଏମ ମୋଦୀଙ୍କୁ ଏମିତି କଣ ଟୁଇଟ କରି ଦେଲେ କି ଚାଲିଗଲା ଚାକିରୀ

ଗୋ ଏୟାର କମ୍ପାନି ଏକ ନାମୀ ଦାମୀ ବିମାନ ସେବା କମ୍ପାନି ଅଟେ ଓ କେତେକ ଭଲ ଭଲ କମ୍ପାନୀ ମଧ୍ୟରେ ଏହାର ନାଁ ମଧ୍ୟ ଅଛି । କିନ୍ତୁ ଏହି ବିମାନ ସେବା କମ୍ପାନୀ ବର୍ତ୍ତମାନ ନିଜର ବିମାନ ସେବାକୁ ନେଇ ଚର୍ଚାରେ ନାହିଁ ଅଥବା କିଛି ଅଲଗା ବିଷୟକୁ ନେଇ ଚର୍ଚାରେ ଅଛି । କହିବାକୁ ଗଲେ ଏହି କମ୍ପାନୀରେ କାମ କରୁଥିବା ଜଣେ ସିନିୟର ପାଇଲଟଙ୍କୁ ତାଙ୍କ ଚାକିରିରୁ ବାହାର କରିଦିଆଯାଇଛି । ଯାହା ପଛର କାରଣ ବହୁତ ଅଦ୍ଭୁତ ଅଟେ । ଯାହା ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ କିମ୍ବା ଦେଖି ନ ଥିବେ ।

ତାଙ୍କୁ ଚାକିରିରୁ ଏଥିପାଇଁ ବାହାର ବାହାର କରିଦିଆଯାଇଛି କାରଣ ସେ ପିଏମ ମୋଦୀଙ୍କୁ ଟୁଇଟ କରିଛନ୍ତି । କହିବାକୁ ଗଲେ ସେ ପାଇଲଟ ଜଣକ ଏମିତି କିଛି ଅଶୋଭନୀୟ କଥା ମୋଦୀଙ୍କୁ କହିଛନ୍ତି କି ଯାହା ଦ୍ଵାରା ତାଙ୍କୁ ଗୋ ଏୟାର କମ୍ପାନୀ ତାଙ୍କର ଚାକିରିରୁ ବାହର କରିବାକୁ ବାଧ୍ୟ ହୋଇଗଲା ।

ଉଡାଜାହାଜର ପ୍ରମୁଖ ଚାଳକ ଥିବା ଏହି ପାଇଲଟର ନାମ ହେଉଛି ମିକୀ ମଲିକ ଓ ସେ ପିଏମ ମୋଦୀଙ୍କୁ ଏକ ଟୁଇଟ କରି କହିଥିଲେ କି – ‘ପିଏମ ଇଡିଅଟ ଅଟେ । ଏହି କଥା ଆପଣ ମୋ ପାଇଁ ବି କହିପାରନ୍ତି, କିଛି କଥା ନାହିଁ । ମୋତେ କିଛି ଫରକ ପଡିବନି କାରଣ ମୁ ପିଏମ ନୁହେଁ, କିନ୍ତୁ ପିଏମ ଇଡିଅଟ ଅଟେ ।’ କହିବା ଜରୁରୀ ନୁହେଁ କାରଣ ମିକୀ ମାଲିକ କରିଥିବା ଟୁଇଟ ଦ୍ଵାରା କିଛି ଖରାପ ରିକସନ ଆସିବା ପରେ ସେ ନିଜର ଟୁଇଟକୁ ତୁରନ୍ତ ଡିଲିଟ କରିଦେଲେ ଓ ଏହା ପରେ ସେ ନୂଆ ଟୁଇଟ କରିଥିଲେ ।

“ମୁ ପିଏମଙ୍କ ବିଷୟରେ କରିଥିବା ଟୁଇଟ କିମ୍ବା କୌଣସି ବି ଅନ୍ୟ ଟୁଇଟ ପାଇଁ, ଯାହା ଦ୍ଵାରା ଆପଣଙ୍କ ଭାବନା ଆହତ ହୋଇଥିବ, ତେବେ ମୁଁ କ୍ଷମା ମାଗୁଛି । ଏଥିରେ ମୋର କମ୍ପାନୀ ପ୍ରୋତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ କେହି ବି ସାମିଲ ନାହାନ୍ତି । ଏହା ମୋର ବ୍ୟକ୍ତିଗତ ବିଚାର ଅଟେ । ଠିକ ଏହାର ୨ ଦିନ ପରେ ତାଙ୍କୁ କମ୍ପାନୀ ବାହର କରିଦେଇଥିଲା । କମ୍ପାନୀର କହିବା ଅଟେ କି “ଏହି ପରି ମାମଲାରେ ଗୋ ଏୟାର ଜିରୋ ଟଲରେନ୍ସ ପଲିସି ଅଛି ।

ଏହା ସମସ୍ତ କର୍ମଚାରିଙ୍କ ଉପରେ ଲାଗୁ ହେଉଛି କି କମ୍ପାନିର ନିୟମ କାନୁନ ଓ ପଲିସି ଭିତରେ ରହି ସେ ବ୍ୟବହାର କରିବେ । ଏଥିରେ ସେମାନେ ବ୍ୟବହାର କରୁଥିବା ସୋସିଆଲ ମିଡିଆ ମଧ୍ୟ ସାମିଲ ଅଛି । ଏୟାରଲାଇନର କୌଣସି ବି କର୍ମଚାରୀ ନିଜର ବ୍ୟକ୍ତିଗତ ମତ ରଖିପାରିବେ ନାହିଁ । କହିବାକୁ ଗଲେ ଏହା ପ୍ରଥମ ଥର ହୋଇନାହିଁ ଏହା ପୂର୍ବରୁ ମଧ୍ୟ ହୋଇଥିଲା । ୨୦୨୦ରେ ମଧ୍ୟ ଏହି ପରି କିଛି ବିଷୟରେ ଟୁଇଟ କରିଥିଲେ ଯାହା ଦ୍ଵାରା ଟ୍ରେନିଂ ସମୟରେ ଥିବା ପାଇଲଟକୁ ଏୟାରଲାଇନ୍ସ କମ୍ପାନୀ ବାହାର କରିଦେଇଥିଲା ।

କିନ୍ତୁ ଏହା ପରେ ଜଣାପଡିଥିଲା କି ଏହି ବିଷୟରେ ତାଙ୍କ କର୍ମଚାରୀ କହି ନ ଥିଲା । ସେହି ନାଁ କୁ ବ୍ୟବହାର କରୁଥିବା ଅନ୍ୟ କେହି ବ୍ୟକ୍ତି ଏହାକୁ ଟୁଇଟ କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button