ଦେଶ- ବିଦେଶ

ଜୋମାଟୋ ସିଇଓଙ୍କୁ ମଲ୍‌ ଲିଫ୍ଟରେ ପୂରାଇଦେଲେନି: ପିନ୍ଧିଥିଲେ ଡେଲିଭରି ଏଜେଣ୍ଟ ପୋଷାକ

ଗୁରୁଗ୍ରାମ: ଲୋକଙ୍କ ପାଖରେ ଭୋଜନ ପହଞ୍ଚାଉଥିବା ଡେଲିଭରି ଏଜେଣ୍ଟମାନେ କିଭଳି ସମସ୍ୟା ସାମ୍ନା କରୁଛନ୍ତି ତାହାର ପ୍ରତ୍ୟକ୍ଷ ଅନୁଭୂତି ପାଇଛନ୍ତି ଜୋମାଟୋର ସିଇଓ ଦୀପିନ୍ଦର ଗୋୟଲ। ସେ ଓ ତାଙ୍କ ପତ୍ନୀ ଗ୍ରାସିଆ ମୁନୋଜ ଡେଲିଭରି ଏଜେଣ୍ଟଙ୍କ ପୋଷାକ ପିନ୍ଧି ଆମ୍ବିଏନ୍ସ ମଲ୍ର ଏକ ରେସ୍ତୋରାଁରୁ ଭୋଜନ ସଂଗ୍ରହ କରିବାକୁ ଯାଇଥିଲେ।

ମାତ୍ର ମଲ୍ର ଲିଫ୍ଟ ବ୍ୟବହାର କରିବାକୁ ସେମାନଙ୍କୁ ଅନୁମତି ମିଳିନଥିଲା। ତେଣୁ ତୃତୀୟ ମହଲାରେ ଥିବା ରେସ୍ତୋରାଁରୁ ଭୋଜନ ସଂଗ୍ରହ କରିବା ଲାଗି ସେ ପାହାଚ ଚଢ଼ି ଯାଇଥିଲେ।

ସେ ଜାଣିବାକୁ ପାଇଥିଲେ ଯେ ଡେଲିଭରି ପାର୍ଟନରମାନଙ୍କୁ ଲିଫ୍ଟରେ ପ୍ରବେଶ ଅନୁମତି ନାହିଁ। ସେମାନେ ପାହାଚରେ ଠିଆ ହୋଇ ଭୋଜନ ପ୍ୟାକେଟ୍କୁ ଅପେକ୍ଷା କରୁଛନ୍ତି। ଏହି ଘଟଣା ସମ୍ପର୍କରେ ସେ ସୋସିଆଲ୍ ମିଡିଆରେ ସୂଚନା ଦେବା ସହ ଡେଲିଭରି ଏଜେଣ୍ଟଙ୍କ ପ୍ରତି ମଣିଷ ଭଳି ବ୍ୟବହାର କରିବାକୁ ଆହ୍ବାନ ଦେଇଥିଲେ। ଗୋୟଲଙ୍କ ସେହି ଟ୍ବିଟ୍ ଉପରେ ମଲ୍ ମାଲିକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସବୁ ଡେଲିଭରି ସହଯୋଗୀଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବା ଅନୁଭୂତିକୁ ଆରାମଦାୟକ କରିବା ଲାଗି ବ୍ୟବସ୍ଥା ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button