ଦେଶ- ବିଦେଶ

ତୋଷଖାନା ମାମଲାରେ ଇମ୍ରାନ ଖାନ ଓ ପତ୍ନୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ – Kalinga News

[ad_1]

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ତୋଷଖାନା ମାମଲାରେ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ପାକିସ୍ତାନର ଏକ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟ ଇମ୍ରାନ ଏବଂ ତାଙ୍କ ପତ୍ନୀଙ୍କୁ୧୦ ବର୍ଷ ପାଇଁ ସରକାରୀ ପଦବୀରେ ରହିବାକୁ ବାରଣ କରାଯାଇଛି । ସେମାନଙ୍କୁ ୭୮୭ ନିୟୁତ ପାକିସ୍ତାନୀ ଟଙ୍କା ଜରିମାନା କରାଯାଇଛି। ପାକିସ୍ତାନର ସ୍ୱତନ୍ତ୍ର ଅଦାଲତ ଇମ୍ରାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦଙ୍କୁ ରାଷ୍ଟ୍ରୀୟ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବାର ଦିନକ ପରେ ଏହି ରାୟ ଆସିଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୨ରେ ଶାସକ ଦଳର ସାଂସଦମାନେ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ନିକଟରେ ତୋଷଖାନା ମାମଲା ଦାୟର କରି ଅଭିଯୋଗ କରିଥିଲେ ଯେ ଇମ୍ରାନ୍ ଖାନ୍ ନିର୍ବାଚନ ସଂସ୍ଥା ନିକଟରେ ରାଷ୍ଟ୍ରୀୟ ଉପହାର ବିକ୍ରିର ମିଥ୍ୟା ବିବରଣୀ ଦାଖଲ କରିଥିଲେ। ଇସିପି ପ୍ରଥମେ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ଏବଂ ପରେ ଏକ ଦୌରା କୋର୍ଟରେ ଫୌଜଦାରୀ ମାମଲା ଦାୟର କରିଥିଲେ ଯାହା ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ଏବଂ ପରେ ଖାନଙ୍କୁ ଜେଲ ପଠାଇ ଦିଆଯାଇଥିଲା।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button