ଦେଶ- ବିଦେଶ

ପାର୍ବଣରେ ଶସ୍ତା ହେଲା ସୁନା ଓ ରୂପା ଦର, ଜାଣନ୍ତୁ କମିଲା କେତେ?

ନୂଆଦିଲ୍ଲୀ ୭।୧୦: ଦେଶରେ ପାର୍ବଣ ଋତୁ ଆରମ୍ଭ ସହ ସୁନା ଓ ରୂପା ଦର ସାମାନ୍ୟ ନରମିଛି। ଦୀପାବଳି ଓ ଧନତେରସ ପୂର୍ବରୁ ଦର ହ୍ରାସ ଗ୍ରାହକଙ୍କୁ ଉତ୍ସାହିତ କରିଛି। ସୋମବାର ସୁନା ଓ ରୂପେ ଦରରେ ବଡ଼ ପରିବର୍ତ୍ତନ ହୋଇଛି। ରୂପା ୫୧୬ ଟଙ୍କା ଶସ୍ତା ହୋଇ କେଜି ପିଛା ଦର ୯୧,୬୮୪ ଟଙ୍କାରେ ଖୋଲିଥିବା ବେଳେ ଆଇବିଜେଏ ଦର ମୁତାବକ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ଗ୍ରାମ ପିଛା ୩୭୮ ଟଙ୍କା ଶସ୍ତା ହୋଇ ୭୬,୫୮୬ ଟଙ୍କାକୁ ଖସିଛି।

ଉଲ୍ଲେଖଯୋଗ୍ୟ ଯେ ସୁନା ଓ ରୂପାର ଏହି ଦର ଆଇବିଜେଏ ଦ୍ୱାରା ଜାରି କରାଯାଇଛି। ଏହା ଉପରେ ଜିଏସଟି ଓ ମେକିଂ ଚାର୍ଜ ଲାଗୁ ହୋଇ ନାହିଁ।

ସୋମବାର ୨୩ କ୍ୟାରେଟ ସୁନା ଦର ୩୭୭ ଟଙ୍କା ଶସ୍ତା ହୋଇଥିବା ବେଳେ ୧୦ ଗ୍ରାମ ପିଛା ୭୫,୨୮୩ ଟଙ୍କାରେ କାରବାର ହେଉଛି। ଏହି ସମୟରେ ୨୨ କ୍ୟାରେଟ ସୁନା ଦର ୩୦୦ ଟଙ୍କା ହ୍ରାସ ହୋଇ ୧୦ଗ୍ରାମ ପିଛା ୬୯,୨୮୩ ଟଙ୍କାରେ କାରବାର ହେଉଛି। ସେହିପରି ୧୮ କ୍ୟାରେଟ ଗୋଲ୍ଡ ସୋମବାର ୨୮୩ ଟଙ୍କା ଶସ୍ତା ହୋଇଥିବା ବେଳେ ପ୍ରତି ୧୦ ଗ୍ରାମ ୫୬,୬୯୦ଟଙ୍କା ଦରରେ କାରବାର ହେଉଛି। ୧୪ କ୍ୟାରେଟ ସୁନା ଦରରେ ୨୨୧ ଟଙ୍କା ହ୍ରାସ ହୋଇଥିବା ବେଳେ ୧୦ ଗ୍ରାମ ପିଛା ଦର ୪୪,୨୧୮ ଟଙ୍କାରେ କିଣାବିକା ହେଉଛି।

ସେହିପରି ୨୪ କ୍ୟାରେଟ ସୁନା ଦର ଜିଏସଟି ସହିତ ସୋମବାର ପ୍ରତି ୧୦ ଗ୍ରାମ ୭୭,୮୫୩ ଟଙ୍କାରେ କାରବାର ହେଉଥିବା ବେଳେ ୨୩ କ୍ୟାରଟ ଗୋଲ୍ଡର ଜିଏସଟି ସହିତ ଦର ୭୭,୫୪୧ ଟଙ୍କା ଦରରେ କାରବାର ହେଉଛି। ଏଥିରେ ୩ ପ୍ରତିଶତ ହାରରେ ଜିଏସଟି ବାବଦକୁ ୨,୨୫୮ ଟଙ୍କା ମିଶିଛି। ଏଥିରେ ୨୨ କ୍ୟାରଟ ସୁନା କଥା କହିଲେ ଜିଏସଟି ସହିତ ୧୦ ଗ୍ରାମ ପିଛା ଦର ୭୧,୩୬୧ ଟଙ୍କାରେ କାରବାର ହେଉଛି। ସେହିପରି ୧୮ କ୍ୟାରଟ ଗୋଲ୍ଡ ଜିଏସଟି ସହିତ ୭୧,୩୬୧ ଟଙ୍କାରେ କାରବାର ହେଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button