ରାଜ୍ୟ

ବୁଧବାରଠୁ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ, କୋଟିଏ ସଦସ୍ୟ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ବର ୮।୧୦: ବୁଧବାର ଠାରୁ ବିଜେଡ଼ି ଆରମ୍ଭ କରିବ ସଭ୍ୟ ସଂଗ୍ରହ ଅଭିଯାନ । ଆଞ୍ଚଳିକ ଦଳ ଭାବେ ବିଜେଡି ସବୁବେଳେ ସଭ୍ୟ ସଂଗ୍ରହକୁ ଗୁରୁତ୍ଵ ଦେଇଆସିଛି । ବୁଧବାର ଗୋପବନ୍ଧୁ ଦାସଙ୍କ ଜୟନ୍ତୀରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ଦିନ ୧୧ଟାରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

ସବୁ ଜିଲ୍ଲାରୁ ଭର୍ଚ୍ଚୁଆଲ ମୋଡ୍ରେ ଉପସ୍ଥିତ ରହିବେ । ଫିଜିକାଲି ଓ ଡିଜିଟାଲି ସଭ୍ଯ ସଂଗ୍ରହ କରାଯିବ । ଛାତ୍ର ଓ ଯୁବଙ୍କୁ ଫୋକସ୍ରେ ରଖାଯାଇଛି । ପୂଜା ପରେ ସଭ୍ଯ ସଂଗ୍ରହ ଅଭିଯାନ ତ୍ୱରାନ୍ୱିତ କରାଯିବ । ପୂର୍ବରୁ ୧ କୋଟି ପ୍ରାଥମିକ ସଦସ୍ୟ ଓ ୩ ଲକ୍ଷ ୪୦ ହଜାର ସକ୍ରିୟ ସଦସ୍ୟ ବିଜେଡି ସହ ଯୋଡି ହୋଇଥିଲେ । ଏଥର ଦଳ ଲକ୍ଷ୍ୟ ରଖିଛି କୋଟିଏ ସଦସ୍ୟ ସଂଗ୍ରହ କରିବା । ଦୁଇଟି ପର୍ଯ୍ୟାୟରେ ସଭ୍ଯ ସଂଗ୍ରହ ହେବ ।

କାର୍ଯ୍ୟରେ ଯୋଗଦେଲେ OPSC ଅଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ, କହିଲେ- ପରୀକ୍ଷାରେ ସ୍ବଚ୍ଛତାକୁ ଦେବେ ପ୍ରାଥମିକତା

Related Articles

Leave a Reply

Your email address will not be published. Required fields are marked *

Back to top button