ଦେଶ- ବିଦେଶ

ଖୁବ୍‌ଶୀଘ୍ର ଭାରତରେ ଦୌଡ଼ିବ ହାଇଡ୍ରୋଜେନ ଟ୍ରେନ, ଡିସେମ୍ବର ସୁଦ୍ଧା ଆରମ୍ଭ ହେବ ଟ୍ରାଏଲ ରନ୍‌

ନୂଆଦିଲ୍ଲୀ: ଖୁବ୍ଶୀଘ୍ର ଦେଶରେ ଚାଲିବ ହାଇଡ୍ରୋଜେନ ଦ୍ବାରା ପରିଚାଳିତ ଟ୍ରେନ । ଏହି ଟ୍ରେନ ପରିଚାଳନା ସହ ଭାରତବି ଜର୍ମାନୀ, ଫ୍ରାନ୍ସ, ସ୍ବିଡେନ ଏବଂ ଚୀନ ପରି ହାଇଡ୍ରୋଜେନ ଟ୍ରେନ ଚଳାଇବା ଦେଶଙ୍କ ତାଲିକାରେ ସାମିଲ ହୋଇଯିବ। ଏହା ସହ ଜଡ଼ିତ ଲୋକଙ୍କ କହିବା ଅନୁଯାୟୀ, ୨୦୨୪ ଡିସେମ୍ବରରେ ଟ୍ରେନର ଟ୍ରାଏଲ ରନ୍ ଆରମ୍ଭ ହୋଇପାରେ ।

ଏହା ବ୍ୟତୀତ ହାଇଡ୍ରୋଜେନ ଫୁଏଲ ସେଲ ଆଧାରିତ ଟାଓ୍ବାର କାର୍ ମଧ୍ୟ ତିଆରି ହେବ। ଏହାର ଗୋଟିଏ ୟୁନିଟରେ ୧୦ କୋଟିରୁ ଅଧିକ ଖର୍ଚ୍ଚ ହେବ। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ରେଳବାଇ ପ୍ରଥମ ୩୫ ଟ୍ରେନର ସଞ୍ଚାଳନ କରିବ। ଗୋଟିଏ ଟ୍ରେନ ଉପରେ ୮୦ କୋଟି ଟଙ୍କାର ଖର୍ଚ୍ଚ ହେବ। ସେହିଭଳି ଏହାର ଗ୍ରାଉଣ୍ଡ ଇନଫ୍ରାଷ୍ଟ୍ରକଚର ପ୍ରସ୍ତୁତ କରିବାରେ ମଧ୍ୟ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଟ୍ରେନ ପ୍ରଥମେ ଜିନ୍ଦ-ସୋନୀପତ ସେକ୍ସନରେ ଚାଲିପାରେ। ହରିୟାଣାରର ଜିନ୍ଦରେ ଥିବା ଥିବା 1 ମେଗାଓ୍ବାଲ ପଲିମର ଇଲେକ୍ଟ୍ରୋଲାଇଟ ମେମ୍ର୍ବେନ୍ ଇଲେକ୍ଟ୍ରୋଲାଇଜରରୁ ହାଇଡ୍ରୋଜେନ ଯୋଗାଣ ହେବ। ଏଠାରେ ପ୍ରତିଦିନ ୪୩୦ କିଲୋଗ୍ରାମ ହାଇଡ୍ରୋଜେନ ତିଆରି ହେବ । କେବଳ ତିଆରି ହେବ ତାହା ନୁହେଁ ଏଠାରେ ୩୦୦୦ କିଲୋଗ୍ରାମ ହାଇଡ୍ରୋଜେନ ଷ୍ଟୋରେଜର କ୍ଷମତା ମଧ୍ୟ ରହିବ।

ସୂଚନାଯୋଗ୍ୟ, ହାଇଡ୍ରୋଜେଜନ ଟ୍ରେନ ହାଇଡ୍ରୋଜେନ ଫୁଏଲ ଦ୍ବାରା ପରିଚାଳିତ। ଏଥିରେ ଇଞ୍ଜିନ ସ୍ଥାନରେ ହାଇଡ୍ରୋଜେଜନ ଫୁଏଲ ସେଲ୍ ଲଗାଯାଇଥାଏ। ଏହି ଟ୍ରେନ କାର୍ବନ ଡାଇଅକ୍ସାଇଡ, ନାଇଟ୍ରୋଜେନ କିମ୍ବା ଅନ୍ୟ କୌଣସି ପ୍ରକାର ପ୍ରଦୂଷକ ନିର୍ଗତ କରିନଥାଏ। ତେଣୁ ଏହାଦ୍ବାରା ପ୍ରଦୂଷଣ ହେବ ନାହିଁ। ହାଇଡ୍ରୋଜେନ ଫୁଏଲ ସେଲ୍ସ ସାହାଯ୍ୟରେ ହାଇଡ୍ରୋନ ଫୁଏଲର ବ୍ୟବହାର କରି ବିଜୁଳି ଉତ୍ପନ୍ନ କରାଯାଇଥାଏ।

ଏହି ଟ୍ରେନରେ ୪ କୋଚ ରହିପାରେ। ଟ୍ରେନକୁ ନୀଳଗିରି ମାଉଣ୍ଟେନ ରେଲଓ୍ବେ, ଦାର୍ଜିଲିଂ ହିମାଲୟନ, କଲକା ଶିମଲା ରେଲଓ୍ବ, କାଂଗଡ଼ା ଘାଟୀ ଏବଂ ବିଲମୋରା ଓ୍ବାଘଈ ଏବଂ ମାରଓ୍ବାଡ଼ ଦେବଗଡ଼ ମଦରିୟା ରୁଟରେ ଚଳାଇବାର ଯୋଜନା ରହିଛି । ଟ୍ରେନ ୧୪୦ କିଲୋମିଟର ପ୍ରତିଘଣ୍ଟା ବେଗରେ ଚାଲିବ। ବର୍ତ୍ତମାନ କଋପଥଲା ଏବଂ ଇଣ୍ଟୀଗ୍ରଲ କୋଚ ଫ୍ୟାକ୍ଟ୍ରିରେ ଏହି ଟ୍ରେନକୁ ପ୍ରସ୍ତୁତ କରାଯାଉଛି।

ତେବେ ଏହି ଟ୍ରେନର ପରିଚାଳନା ଖର୍ଚ୍ଚ ଡିଜେଲ ଟ୍ରେନ ତୁଳନାରେ ଅଧିକ ହେବା ନେଇ କୁହାଯାଉଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଟ୍ରେନର ପରିଚାଳନାରେ ଡିଜେଲ ଟ୍ରେନ ଠାରୁ ୨୭ ପ୍ରତିଶତ ମହଙ୍ଗା ହୋଇପାରେ । କିନ୍ତୁ ଏହା ପରିବେଶ ଦୃଷ୍ଟିରୁ ଲାଭଜନକ । ସର୍ବ ପ୍ରଥମେ ଫ୍ରାନ୍ସର କମ୍ପାନି ହାଇଡ୍ରୋଜେନ ଟ୍ରେନ ପ୍ରସ୍ତୁତ କରିଥିଲା। ୨୦୧୮ରୁ ଏଠାରେ ହାଇଡ୍ରୋଜେଜନ ଟ୍ରେନ ଚାଲୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button