ରାଜ୍ୟ

କାର ଧକ୍କାରେ ମହିଳା ମୃତ

ବ୍ରହ୍ମପୁର: ଏକ କାର ଧକ୍କାରେ ବ୍ରହ୍ମପୁର ବିଜିପୁର ନିକଟ ସନ୍ତୋଷୀ ମା’ ମନ୍ଦିର ନିକଟ ରାସ୍ତା କଡ଼ରେ ବସି ଫୁଲ ଓ ନଡ଼ିଆ ବିକୁଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଗୋଲାନ୍ତଃରା ଥାନା ଅନ୍ତର୍ଗତ ପାଲୁର୍ ଅଞ୍ଚଳର ବାସନ୍ତୀ ନାୟକ (୫୦)। ଆଜକୁ ୧୦ ବର୍ଷ ହେବ ବାସନ୍ତୀ ଏହି ଛକରେ ଥିବା ଏକ ପୋଲ ତଳେ ବସି ଫୁଲ ଓ ନଡ଼ିଆ ବିକ୍ରି କରୁଥିଲେ।

ଆଜି ଦିନ ସାଢେ଼ ୧୧ଟା ବେଳେ ଏକ କାର ଗୋସାଇଁନୂଆଗାଁ ଆଡୁ ଆସି ବାସନ୍ତୀଙ୍କୁ ସମ୍ମୁଖ ପଟୁ ଧକ୍କା ଦେଇଥିଲା। ବାସନ୍ତୀ ବସିଥିବା ଅବସ୍ଥାରେ ସେହି ପୋଲରେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଟାଉନ୍ ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିବ ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button