ରାଜ୍ୟ

ଶିବଲିଙ୍ଗ ୧୮ ଫୁଟ ତଳେ ଅଛି ବିରଳ ନାଗମଣି ଦେଖନ୍ତୁ ଏହି ଶିବଲିଙ୍ଗ କୁ କାହିଁ କେଉଁ ଯୁଗରୁ ଏମିତି …..

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି। ଆପଣ ମାନେ ସମସ୍ତେ ତ ଜାଣିଥିବେ ଶିବ ଠାକୁରଙ୍କ ର ପ୍ରିୟ ହେଉଛି ନାଗମଣି। କୁଆଡ଼େ ଶୁଣିବାକୁ ମିଳୁଛି ଯେ ଶିବ ଲିଙ୍ଗର ୧୮ ଫୁଟ୍ ତଳେ ରହିଛି ନାଗମଣି। ଏହି ମଣି ପୁଣି ମହାଦେବଙ୍କ ର ଅଟେ। ଏଠାରେ ଲୋକ ମାନେ ଯାହା ମାନସିକ କରିଥାଆନ୍ତି ତାହା ପୂରଣ ମଧ୍ୟ ହୋଇଥାଏ। ଆଉ କୁହାଯାଏ ଯେ ଏଇ ମନ୍ଦିର ରେ କୁଆଡେ ମହାଦେବ ଓ ମା ପାର୍ବତୀଙ୍କ ର ବିବାହ ସଂପୂର୍ଣ୍ଣ ହୋଇଥିଲା।
ଆଉ ଲୋକଙ୍କ ର ବିଶ୍ବାସ ରହିଛି ଯେ ପ୍ରତିବର୍ଷ ମନ୍ଦିର ରେ ରହୁଥିବା ଶିବ ଲିଙ୍ଗର ବୃଦ୍ଧି ହୋଇଥାଏ।ଏ ହେଉଛି ମଧ୍ୟପ୍ରଦେଶର ଖୁଜୁରାହ ମନ୍ଦିର, କେବଳ ଆରୋଧନା ନୁହେଁ ଏଠି ଲୋକଙ୍କ ର ଅନେକ ଆଶା ରହିଛି ମହାଦେବଙ୍କ ପ୍ରତି। ମନ୍ଦିର ରେ ରହିଛି ଅନେକ ଚମତ୍କାର। ଲୋକଙ୍କ ମାନିବା ଅନୁସାରେ କୁଆଡେ ମନ୍ଦିର ଭିତରେ ଜୀବନ୍ତ ଭାବରେ ମହାଦେବ ଓ ମା ପାର୍ବତୀ ରହିଛନ୍ତି। ଆଉ ଏହି ମନ୍ଦିରରେ ରହିଛି ମହାଦେବଙ୍କ ର ମର୍କତମଣି।
ମାତଙ୍ଗ ଋଷି ଙ୍କ କହିବା ଅନୁସାରେ ମତେଙ୍ଗିଶ୍ୱର ମହାଦେବ ମନ୍ଦିରର ନାମକରଣ ହୋଇଛି। ଆଉ ଲୋକ ମାନେ କହୁଛନ୍ତି ମହାଦେବଙ୍କ ମନ୍ଦିରରେ ରହିଛି ୧୮ ଫୁଟ୍ ଶିବ ଲିଙ୍ଗ। ଆଉ ତା’ଆ ତଳେ ରହିଛି ମଣି। ମୃତ୍ୟୁଞ୍ଜୟ ମହାଦେବଙ୍କ କହିବା ଅନୁସାରେ ଶିବ ଲିଙ୍ଗଟି ଜମିର ଉପରେ ଯେତିକି ପରିମାଣରେ ରହିଛି ଜମିର ମାଟି ତଳେ ମଧ୍ୟ ସେତିକି ପରିମାଣରେ ପୋତି ହୋଇ ରହିଛି। ଏହି ମନ୍ଦିର ରେ କିଛି ନା କିଛି ଅଲୌକିକ ଘଟଣାମାନ ଲୁଚି ରହିଛି ବୋଲି ଲୋକ ମାନଙ୍କର ବିଶ୍ବାସ ରହିଛି।
ଆଉ ଲୋକ ମାନଙ୍କ ମନରେ ଗୋଟେ ବିଶ୍ବାସ ଆଉ ଭରଷା ରହିଛି ଯେ ମନ୍ଦିରରେ ଠାକୁର ଜୀବନ୍ତ ରୂପରେ ପୂଜା ପାଉଛନ୍ତି। ଆଉ ମଣିର ଅଲୌକିକତା ମଧ୍ୟ ସମସ୍ତଙ୍କୁ ବେଶ୍ ଜଣା । ଏହି ମନ୍ଦିରଟି ରେ ଯାହା ବି ମାନସିକ କଲେ ନିଶ୍ଚିନ୍ତ ପୂରଣ ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ଵାସ ରହିଛି। ଆଉ ଏହି ମନ୍ଦିରରେ ରହିଛି ଅନେକ ଗୃଢରହସ୍ୟ। ଏହି ରହସ୍ୟକୁ ଜାଣିବ ପାଇଁ ସମସ୍ତେ ବିଭିନ୍ନ ସ୍ତରରେ ପ୍ରୟାସ କରିଥିଲେ ମଧ୍ୟ ଏଥିରେ ସମସ୍ତେ ବିଫଳ ହୋଇଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button