Fଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସକାଳୁ ଉଠି ଏହି କାର୍ଯ୍ୟ କରିବା ଦ୍ୱାରା ମନୁଷ୍ୟ କାଙ୍ଗାଳ ହୋଇଯାଏ

ମନୁଷ୍ୟ ଜୀବନରେ ପ୍ରତିଟି ମୁହୁର୍ତ୍ତ ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ସେହିପରି ଅତି ସାମାନ୍ୟ ଭୁଲ ମଧ୍ୟ ମନୁଷ୍ୟର ଜୀବନରେ ଅନେକ ପରିବର୍ତ୍ତନ ଆଣିପାରେ । ଅନେକ ସମୟରେ ଘରେ ପାରିବାରିକ କଳହ , କାହାରି ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୋଇଯିବା , ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ , ଘରେ କେହି ସଦସ୍ୟର ଅକାଳ ମୃତ୍ୟୁ କିମ୍ବା କେହି ଶତ୍ରୁର ଆକ୍ରମଣ ଭଳି ଅନେକ ସମସ୍ୟା ଦେଖା ଦେଇଥାଏ । ଆମର କିଛି ଛୋଟ ଛୋଟ ଭୁଲ କାରଣରୁ ହିଁ ଏପରି ସମସ୍ୟା ଉପୁଜି ଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଏପରି କେଉଁ ଭୁଲ ଘରେ ଆଦୌ କରିବା ଉଚିତ ନୁହେଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିଯାଏ ।
୧ . ଘରେ କେବେବି ଏକାଧିକ ଛୁରୀ କିମ୍ବା ଅନ୍ୟ ଅସ୍ତ୍ର ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା ଘରକୁ ନକରାତ୍ମକତା ଆସିଥାଏ ଏବଂ ଘରେ ଅଶାନ୍ତି ଦେଖାଦିଏ । ସେହିପରି ସକାଳୁ ଉଠିବା ମାତ୍ରେ ଛୁରୀ ଦେଖିବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ନକରାତ୍ମକତା ପ୍ରବେଶ କରିଥାଏ ।
୨ . ଘରେ କେବେବି କଣ୍ଟାଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ । ବିଶେଷ କରି ନାଗଫେଣି ଗଛ । ଯଦି ଆପଣ ଘରେ କଣ୍ଟାଯୁକ୍ତ ଗଛ ଲଗାନ୍ତି ତେବେ ଘରେ ଅଶାନ୍ତି ଦେଖା ଦିଏ । ପରିବାର ସଦସ୍ୟଙ୍କ ଅକାଳ ମୃତ୍ୟୁ ହୋଇଯାଏ। ପରିବାରରେ ସମ୍ପର୍କ ଭାଙ୍ଗିଯାଏ ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଲାଗିରହେ । ଏହାବ୍ୟତୀତ ଘରେ ପ୍ରେତାତ୍ମା ବାସ କରନ୍ତି । ଆପଣ ମାନେ ଜାଣିଥିବେ ଯେ ମରୁଭୂମିରେ କଣ୍ଟାଯୁକ୍ତ ଗଛ ରହିବା କାରଣରୁ ମରୁଭୂମିର ଅବସ୍ଥା କଣ ହୋଇଥାଏ । ତେଣୁ ଭୁଲରେବି ଘରେ କୌଣସି କଣ୍ଟାଯୁକ୍ତ ଗଛ ରଖିବା ଉଚିତ ନୁହେଁ । ତୁଳସୀ ଗଛ ମୂଳରେ ମଧ୍ୟ କଣ୍ଟାଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ ।
୩ . ମାସିକ ଧର୍ମ ସମୟରେ ଗଛରେ ପାଣି ଦେବା ଉଚିତ ନୁହେଁ । ଏହାଦ୍ବାରା ପାରିବାରିକ ସମସ୍ୟା ଦେଖାଦିଏ । ବିଶେଷ କରି ଏହି ସମୟରେ ତୁଳସୀ ଗଛରେ ପାଣି ଦେବା ଉଚିତ ନୁହେଁ । ବରଂ ଏହି ସମୟରେ ଆରାମ କରିବା ଉଚିତ ।
୪ . ଘରେ କେବେବି ଭଙ୍ଗା ଇଟା ପଥର , କିମ୍ବା ଭଙ୍ଗା ବାସନ , କାଚ , ଆଇନା ଭଳି ଜିନିଷ ଆଦୌ ରଖିବା ଉଚିତ ନୁହେଁ । କାରଣ ଏହାଦ୍ୱାରା ମାତା ଲକ୍ଷ୍ମୀ ରୁସ୍ଟ ହୋଇ ଯାଆନ୍ତି ଏବଂ ଦାରିଦ୍ର୍ୟତା ଆସିଥାଏ । ଘରର ବୁଢିଆଣି ଜାଲ ରହିଲେ ମଧ୍ୟ ଦାରିଦ୍ର୍ୟତା ଆସିଥାଏ ।
୫ . ଯଦି ଘର ଭିତରେ କୌଣସି ମେହେନ୍ଦୀ ଗଛ , ପିଜୁଳି ଗଛ କିମ୍ବା ଅଁଳା ଗଛ ରହିଛି ତେବେ ତାହାକୁ ତୁରନ୍ତ ଘର ବାହାରେ ଲଗାଇ ଦିଅନ୍ତୁ । ଏହାବ୍ୟତୀତ ଘରେ କୌଣସି ଅଧିକ ମୋହକ ଯୁକ୍ତ ଫୁଲ ମଧ୍ୟ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ନକରାତ୍ମକତା ପ୍ରବେଶ କରିଥାଏ । ଘରେ ଅଧିକ ବଡ଼ କଦଳୀ ଗଛ , ବର ଗଛ କିମ୍ବା ଶୁଖିଲା ତୁଳସୀ ଗଛ ରଖିବା ଉଚିତ ନୁହେଁ । ଏହାଦ୍ବାରା ଅକାଳ ମୃତ୍ୟୁ ମଧ୍ୟ ଆସିଥାଏ । ଶୁଖିଲା ତୁଳସୀ ଗଛ ଥିଲେ ତାହାକୁ ପାଣିରେ ବିସର୍ଜନ କରି ଦିଅନ୍ତୁ ଏବଂ ବର ଗଛକୁ ବିସର୍ଜନ କିମ୍ବା ବାହାରେ ଅନ୍ୟତ୍ର ଲଗାଇ ଦିଅନ୍ତୁ ।
୬ . ରାତ୍ରି ଭୋଜନ ପରେ ଅଇଁଠା ବାସନ ସେମିତି ରଖି ଶୁଅନ୍ତୁ ନାହିଁ । ନଚେତ ଏହାଦ୍ବାରା ଅକାଳ ମୃତ୍ୟୁ ଆସିବା ସହିତ ଦାରିଦ୍ର୍ୟତା ମଧ୍ୟ ଆସିଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହେ । ପରିବାରରେ ସଙ୍କଟ ଆସିଯାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଯାଆନ୍ତି । ଏହାବ୍ୟତୀତ ରୋଷେଇ ଘର ମଧ୍ୟ ପରିଷ୍କାର ରଖିବା ଉଚିତ ।