ରାଜ୍ୟ

ଦାୟିତ୍ଵ ନେଲେ ଏସିପି ଉମା ଶଙ୍କର ଦାସ ଓ ଡିସିପି ପିନାକ ମିଶ୍ର

ଭୁବନେଶ୍ଵର: ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେଇ ସମଗ୍ର ଦେଶରେ ନିନ୍ଦିତ ହୋଇଥିବା କଟକ-ଭୁବନେଶ୍ଵର କମିଶନରେଟ୍‌ ପୁଲିସରେ ଆମୂଳଚୁଳ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୋହନ ମାଝୀ ସରକାର। କମିଶନରଙ୍କ ସମେତ କେତେକ ପୁଲିସ ଅଧିକାରୀଙ୍କୁ ହଟାଇ ଦିଆଯିବା ପରେ ନୂଆ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ଦାୟିତ୍ଵ ଗ୍ରହଣ ପରେ ଗୁରୁବାର ଆଉ ଦୁଇ ଜଣ ପୁଲିସ ଅଧିକାରୀ ଅତିରିକ୍ତ ପୁଲିସ କମିଶନର ଉମା ଶଙ୍କର ଦାସ ଓ ଡିସିପି ପିନାକ ମିଶ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି।

କମିଶନରେଟ୍‌ ପୁଲିସ ମୁଖ୍ୟାଳୟରେ ଉଭୟ ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ ପରେ ସେମାନଙ୍କୁ କମିଶନରେଟ୍‌ ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍‌ ଅନର ଦିଆଯାଇଛି। ପାର୍ବଣ ଋତୁରେ କଟକ ଭୁବନେଶ୍ଵରକୁ ଅପରାଧମୁକ୍ତ କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଉପରେ ପ୍ରାଥମିକତା ଦିଆଯିବ ବୋଲି ଦୁଇ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button