ରାଜ୍ୟ

ବର୍ଷା ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେବାର ସମୟ ଆସିଛି

ଭୁବନେଶ୍ବର: ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଯୋଗ ଦେଇ ଆଇଜିବିସି ଭୁବନେଶ୍ୱର ଅଧ୍ୟକ୍ଷ ଏଆର.ମନୋଞ୍ଜୟ ରଥ କହିଛନ୍ତି, ବର୍ଷା ଜଳ ସଂରକ୍ଷଣକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଏବେ କିନ୍ତୁ ସ୍ଥିତି ଗମ୍ଭୀର ହେଲାଣି। ଏଣୁ ଏ ଉପରେ ଧ୍ୟାନ ଦେବାର ସମୟ ଆସିଗଲାଣି। ଭୁବନେଶ୍ୱରରେ ବିଏମସି ଆବର୍ଜନା ସଫେଇ ପାଇଁ ଭଲ କାମ କରୁଛି।

କିନ୍ତୁ ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ଏଥିପାଇଁ ଜାଗ୍ରତ ହେବାକୁ ପଡ଼ିବ। ରାସ୍ତାକଡ଼ରେ ଅଳିଆ ନ ଫୋପାଡ଼ି ବିଏମସି ସିଷ୍ଟମରେ କାମ କରିବାକୁ ପଡ଼ିବ। ଓଦା ଅଳିଆ, ଶୁଖିଲା ଅଳିଆକୁ ଅଲଗା କରି ଡଷ୍ଟବିନରେ ପକାଇବା। ସମସ୍ତେ ଏ ଦିଗରେ ସଜାଗ ରହିଲେ ପରିବେଶ ସୁସ୍ଥ ଏବଂ ସୁନ୍ଦର ରହିବ।
ସେ ଆହୁରି କହିଛନ୍ତି, ପାଣି ବୋତଲରୁ ପାଣି ପିଇଲେ ଯେତିକି ପାଣି ପିଇବା କଥା ପିଇ ବୋତଲକୁ ଫୋପାଡ଼ି ଚାଲିଗଲେ। କିନ୍ତୁ ସେହି ପାଣିକୁ ପ୍ୟୁରିଫାଇ କରିବା ପାଇଁ କେତେ ପ୍ରୋସେସ୍ ଦେଇ ଯିବାକୁ ପଡ଼େ ତାହା କେହି ଜାଣିନାହାନ୍ତି।

ଏଣେ ‘ପୁନଶ୍ଚ ପୃଥିବୀ’ ବୁଲେଟିନକୁ ପ୍ରଶଂସା କଲେ ଆଇଜିବିସି ଉପ ନିର୍ଦ୍ଦେଶକ ସିଦ୍ଧେଶ ମିଶ୍ର । ସେ କହିଛନ୍ତି, ଏହା ଏକ ନିଆରା ପ୍ରୟାସ। ଦୈନିକ ୩୦ ମିନିଟର ବୁଲେଟିନ ‘ପୁନଶ୍ଚ ପୃଥିବୀ’ ଅଭିଯାନ ପ୍ରତି ଏକ ସକ୍ରିୟ ମନୋଭାବ କହିଲେ ଅତ୍ୟୁକ୍ତି ହେବନି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button