ଦେଶ- ବିଦେଶ

ଚୁପଚାପ ଏକ ଚିମୁଟା ଲୁଣ ଏହି ସ୍ଥାନରେ ରଖି ଦିଅନ୍ତୁ , ଆଉ ଦେଖନ୍ତୁ ଭାଗ୍ୟ କେମିତି ବଦଳୁଛି :-

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଲୁଣର ଉପଯୋଗ କରି କିଛି ଉପାୟ ବିଷୟରେ କହିବୁ । ଯାହାକୁ କରିବା ଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟ ସୌଭଗ୍ୟରେ ପରିଣତ ହୋଇଯିବ । କେବଳ ଏକ ଚିମୁଟା ଲୁଣ ନେଇ ଆପଣ ଏହି ଉପାୟକୁ କରି ପାରିବେ । ଏହାସହିତ ଆମେ କିଛି ଏପରି କାମ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ।

ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣ ନକରାତ୍ମକତାକୁ ଅବଶୋଷିତ କରି ସକାରାତ୍ମକତା ଆଣିଥାଏ । ଏପରି କୁହାଯାଏ ଯେ ଯେଉଁ ଘରେ ଲୁଣ ନଥାଏ ସେହି ଘରେ ଭୂତ ପ୍ରେତ ବାସ କରନ୍ତି । ସେହି ଘରେ କେବେ ସୁଖ ସମୃଦ୍ଧି ହୁଏ ନାହିଁ । ଲୁଣକୁ ଉପଯୋଗ କରି କିଛି ଏପରି ଉପାୟ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ରାତାରାତି ମାଲାମାଲ ହୋଇଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣରେ ଏକ ଅଲଗା ପ୍ରକାରର ଆକର୍ଷକ ଶକ୍ତି ରହିଥାଏ ଯାହାକି ନକରାତ୍ମକ ଶକ୍ତିକୁ ଅବଶୋଷିତ କରିଥାଏ । ଏହା ନକରାତ୍ମକତାକୁ ନଷ୍ଟ କରି ସକାରାତ୍ମକତାକୁ ଆକର୍ଷିତ କରିଥାଏ ।କିଛି ଲୋକ ଏହାକୁ ବଶିକରଣ ପାଇଁ ବ୍ୟବହାର କରିଥାନ୍ତି । ତନ୍ତ୍ର ମନ୍ତ୍ରରେ ଏହାର ଅଧିକ ଉପଯୋଗ ହୋଇଥାଏ ।

୧ . ଲୁଣ ଏବଂ କାଚ :-

ଏହି ଦୁଇଟି ରାହୁର କାରକ ଅଟନ୍ତି । ତେଣୁ ଯଦି ଆପଣ ତାହାକୁ ବାହାର କରି କାଚ ପାତ୍ରରେ ରଖିଲେ ସବୁ ସମସ୍ୟାର ସମାଧାନ ହୋଇଥାଏ ଏବଂ ସକାରାତ୍ମକ ବୃଦ୍ଧି ପାଇଥାଏ । ଘରେ ଘୁରି ବୁଲୁଥିବା ବିଷାକ୍ତ କୀଟ ପତଙ୍କ ଠାରୁ ଦୂରେଇ ରଖିଥାଏ ।

୨ . ଯେତେବେଳେ ଆପଣ ଘରେ ପୋଛା ଲଗାଉଛନ୍ତି ସେତେବେଳେ ଏକ ଚିମୁଟା ଲୁଣ ସେହି ପାଣିରେ ମିଶାଇ ଘରେ ପୋଷାକ କରନ୍ତୁ । ଏହା କରିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଅନେକ ଲୋକ ପ୍ରତ୍ୟେକ ଦିନ ପାଣିରେ ଲୁଣ ମିଶାଇ ଘର ପୋଛା ମାରନ୍ତି । ମାତ୍ର ଏପରି ପ୍ରତ୍ୟେକ ଦିନ କରିବା ଉଚିତ ନୁହେଁ । ବିଶେଷ କରି ଗୁରୁବାର ଏବଂ ରବିବାର ଦିନ ।

୩ . ଲୁଣକୁ କାଚ ପାତ୍ରରେ ରଖି ସେଥିରେ ଚାରି ପାଞ୍ଚଟି ଲବଙ୍ଗ ରଖି ଦିଅନ୍ତୁ ।ଏହାଦ୍ବାରା ଘରେ ସବୁବେଳେ ଆର୍ଥିକ ଲାଭ ହେବ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୪ . ଲୁଣ ମିଶା ପାଣିରେ ହାତ ଗୋଡ଼ ଧୋଇଲେ ଶରୀର ଶୁଦ୍ଧ ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ସପ୍ତାହକୁ ଥରେ ଲୁଣ ମିଶା ପାଣିରେ ସ୍ନାନ କଲେ ରୋଗରୁ ମୁକ୍ତି ମିଳିଥାଏ । ଯଦି ମହିଳା ମାନେ ନିଜ ସ୍ନାନ କରୁଥିବା ପାଣିରେ ଲୁଣ ମିଶାନ୍ତି ତେବେ ସ୍ୱାମୀର ରୋଜଗାରରେ ବୃଦ୍ଧି ହୋଇଥାଏ ଏବଂ ଉନ୍ନତି ହୋଇଥାଏ ।

୫ . ଲୁଣକୁ ଏକ କପଡ଼ାରେ ବାନ୍ଧି ଦୋକାନ କିମ୍ବା ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଟାଙ୍ଗି ଦିଅନ୍ତୁ । ଏହାଦ୍ବାରା ସକାରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରିବ ନାହିଁ । ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ମଧ୍ୟ ହେବ ।

୬ . ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଝଗଡ଼ା ହେଉଥାଏ ତେବେ ଏକ ଲୁଣ ଟୁକୁଡ଼ା ରୁମରେ ରଖି ଦିଅନ୍ତୁ । ଏହାକୁ ପ୍ରତ୍ୟେକ ମାସରେ ବଦଳାଇ ଦିଅନ୍ତୁ । ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ସୁଖ ଆସିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button