ଦେଶ- ବିଦେଶ

ବାରମତୀ ମନ୍ଦିରରେ ସୁପ୍ରିୟା ସୁଲେ, ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ଭେଟାଭେଟି – Kalinga News

[ad_1]

ନୂଆଦିଲ୍ଲୀ : ଏନସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି)ର ଶରଦ ପାୱାର ଏବଂ ବାରମତି ସାଂସଦ ସୁପ୍ରିୟା ସୁଲେ ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଆସନ୍ତା ଲୋକସଭା ନିର୍ବାଚନରେ ସମ୍ଭାବ୍ୟ ପ୍ରତିଦ୍ବନ୍ଦ୍ବୀ ହୋଇପାରନ୍ତି। କିନ୍ତୁ ଏହା ପୂର୍ବରୁ ସେମାନେ ଶୁକ୍ରବାର ଦିନ ବାରମତି ତହସିଲର ଏକ ମନ୍ଦିରରେ ଭେଟାଭେଟି ହୋଇଛନ୍ତି ଏବଂ ପରସ୍ପର ପରସ୍ପରକୁ ଆଲିଙ୍ଗନ କରିଛନ୍ତି। ବାରମତି ଲୋକସଭା ଆସନରେ ସୁନେତ୍ରା ପାୱାରଙ୍କୁ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନସିପି ଦଳ ସୁପ୍ରିୟାଙ୍କ ବିରୋଧରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଜାଲୋଚି ଗ୍ରାମର କମଳେଶ୍ବର ମନ୍ଦିରରେ ଉଭୟ ସୁପ୍ରିୟା ଏବଂ ସୁନେତ୍ରା ଭେଟାଭେଟି ହୋଇଛନ୍ତି। ବାରମତି ଆସନରୁ ଲଗାତାର ଜିତି ଆସୁଥିବା ସୁପ୍ରିୟା ସୁଲେଙ୍କ ବିରୋଧରେ ଯଦି ସୁନେତ୍ରା ପ୍ରାର୍ଥୀ ହୁଅନ୍ତି ତେବେ ଆଗକୁ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ତେଣୁ ମହାରାଷ୍ଟ୍ରର ବାରମତି ଆସନ ଉପରେ ଏବେ ସମସ୍ତଙ୍କର ନଜର ରହିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button