ରାଜ୍ୟ

ଥମୁନି ମଣିଷଖିଆ ବାଘର ଆତଙ୍କ; ପୂଜାରୀଙ୍କ ପରେ ବୃଦ୍ଧାଙ୍କୁ କଲା ଶିକାର, ୧୧ ଦିନରେ କଲାଣି ୭ ଶିକାର..

ଦୟପୁର : ଉଦୟପୁରରେ କଲରାପତରିଆ ବାଘ ପୁଣି ଶିକାର କରିଥିବା ଘଟଣା ମଙ୍ଗଳବାର ସାମ୍ନାକୁ ଆସିଛି । ଜଣେ ବୃଦ୍ଧାଙ୍କୁ ଶିକାର କରିଥିବା ବେଳେ ୧୧ ଦିନରେ ବାଘ ଆକ୍ରମଣରେ ଏହା ୭ମ ଘଟଣା । ରାଠୌଡୋହ ଗୁଡା ଗାଁରେ ପିନ୍ଦୱାରା ରାଜପଥ ନିକଟରେ ଜନବସତିରୁ ଦୂର ଏକ ଘରେ ଜଣେ ବୟସ୍କ ମହିଳା ରହୁଥିଲେ । ଠିକ୍‌ ଘର ବାହାରେ ହିଁ ବାଘ ବୃଦ୍ଧାଙ୍କ ଉପରେ ଆକ୍ରମଣ କରିଥିଲା ।

ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସୋମବାର ମଧ୍ୟ ବାଘ ଉଦୟପୁରରେ ଜଣେ ପୂଜାରୀଙ୍କୁ ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମନ୍ଦିରରେ ପୂଜାରୀ ଶୋଇଥିବା ଅବସ୍ଥାରେ ବାଘ ତାଙ୍କୁ ଟାଣି ନେଇଥିଲା । ଏହି ଘଟଣା ଭୋର ୪ଟା ସମୟରେ ହୋଇଥିଲା । ପୁଲିସ ମନ୍ଦିର ଠାରୁ ଅଳ୍ପ ଦୂରରେ ପୂଜାରୀଙ୍କ ମୃତଦେହ ଜବତ କରିଥିଲା । ବାଘର ଲଗାତାର ଆକ୍ରମଣ ପରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button