ଦେଶ- ବିଦେଶ

ଗାଜିଆବାଦର କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପହଞ୍ଚିଲା ୧୨ଟି ଅଗ୍ନିଶମ ଗାଡି

ନୂଆଦିଲ୍ଲୀ ୦୧।୧୦; ଗାଜିଆବାଦର ଏକ ରାସାୟନିକ ତଥା କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ନିଆଁ ଏତେ ଭୟଙ୍କର ଥିଲା ନିକଟସ୍ଥ କାରଖାନା ଗୁଡ଼ିକରେ ବ୍ୟାପିବାରେ ଲାଗିଲା। ଅଗ୍ନିକାଣ୍ଡ ଯୋଗୁଁ କାରଖାନାରେ ରଖାଯାଇଥିବା ରାସାୟନିକ ପଦାର୍ଥର ବିସ୍ଫୋରଣ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ବିସ୍ଫୋରଣ ହେତୁ ଟିଣରେ ନିର୍ମିତ କାରଖାନାର ଛାତ ଏବଂ କାନ୍ଥ ଭୁଶୁଡି ପଡିଛି।

ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ଚାରିଟି ଜିଲ୍ଲାରୁ ୧୨ ଗାଡି ନିୟୋଜିତ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଅଗ୍ନିଶମ ଅଧିକାରୀଙ୍କ ଅନୁଯାୟୀ, ରାତି ପ୍ରାୟ ୧ଟା ସମୟରେ ଦିଲ୍ଲୀ-ମେରଠ ରୋଡରେ ଥିବା ମୁରାଦନଗର ଗଙ୍ଗା କେନାଲ ବ୍ରିଜ ନିକଟରେ ଅବସ୍ଥିତ କାରଖାନାରେ ନିଆଁ ଲାଗିବାର ସୂଚନା ମିଳିଥିଲା। ଏନେଇ ତୁରନ୍ତ ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡି ଘଟଣାସ୍ଥଳକୁ ପଠାଯାଇଥିଲା।

୧୨ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚିଛି

କେମିକାଲ କାରଖାନାରେ ନିଆଁ ଲାଗିବା ଫଳରେ ଭୟଙ୍କର ରୂପଧାରଣ କରିଥିଲା। ଅଗ୍ନିଶମ ସେବା ୟୁନିଟ୍ ଗୁଡିକ ମୁଖ୍ୟ ପ୍ରବେଶ ପଥରୁ ନିଆଁକୁ ଲିଭାଇବା ଆରମ୍ଭ କରିଥିଲେ। ଖାଇବା ତେଲ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥର ଡ୍ରମରେ ବହୁ ପରିମାଣରେ ଗଚ୍ଛିତ ହୋଇଥିଲା । ଯେଉଁ କାରଣରୁ ଅଗ୍ନିକାଣ୍ଡ ଯୋଗୁଁ ବିସ୍ଫୋରଣ ହୋଇଥିଲା । ତେବେ କେଉଁ କାରଣ ଅଗ୍ନିକାଣ୍ଡ ଘଟିଥିଲା ତାହାର ଅନୁସନ୍ଧାନ କରାଯିବ। ଏଥିରେ କାହାର ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନାହିଁ। ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନିଆଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button