ସ୍ତ୍ରୀ ମାନେ ନିଜ ସ୍ଵାମୀଙ୍କ ସହ ସକାଳୁ ସକାଳୁ କରନ୍ତୁ ଏହି ମାତ୍ର ଗୋଟିଏ କାମ ! ସବୁ ସମସ୍ଯା ହେବ ଦୂର !

ଜୀବନକୁ ସୁଖମୟ ଓ ସରଳ ବନାଇବା ପାଇଁ ଅନେକ ଉପଯୋଗୀ ତଥ୍ୟ ବିଷୟରେ ଚାଣକ୍ୟ ନୀତିରେ ଲେଖା ରହିଛି । ତେବେ ସେହି ସବୁ ଚାଣକ୍ୟ ନୀତି ମଧ୍ୟରୁ ଆପଣଙ୍କୁ କିଛି ମହତ୍ଵପୂର୍ଣ୍ଣ ନୀତି ବିଷୟରେ ଏଠାରେ କହିବାକୁ ଯାଉଛୁ । ବନ୍ଧୁଗଣ ପ୍ରତ୍ଯେକଟି ମହିଳା ନିଜ ସ୍ଵାମୀଙ୍କୁ ନିଜର ଭଗବାନ ବୋଲି ମାନିବା ଉଚିତ । ସ୍ଵାମୀଙ୍କ ପ୍ରତି ଉପଯୁକ୍ତ ସମ୍ମାନ ରଖୁଥିବା ମହିଳାଙ୍କ ଘରେ କେବେବି କଳହ କି ଝଗଡା ଦେଖାଯାଇନଥାଏ ।
ତେବେ ପ୍ରତ୍ଯେକଟି ମହିଳା ମାନଙ୍କୁ ମଧ୍ୟ ନିଜ ସ୍ଵାମୀ ସହ ସକାଳୁ ଏହି କାର୍ଯ୍ୟ କରିନେବା ଉଚିତ । ଯାହା ଦ୍ଵାରା ତାଙ୍କ ଦାମ୍ପତ୍ୟ ଜୀବନ ଆହୁରି ମଧୁରମୟ ହୋଇଉଠିବ । ସକାଳୁ ଶୀଘ୍ର ଉଠିବା ଦ୍ଵାରା ବ୍ୟକ୍ତିକୁ ଅନେକ କିଛି ଫାଇଦା ହୋଇଥାଏ ବୋଲି ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ରହିଛି । ତେବେ ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଉଚିତ ଓ କେଉଁ କାର୍ଯ୍ୟ ଅନୁଚିତ ଚାଲନ୍ତୁ ଜାଣିବା ।
1- ସକାଳୁ ଉଠି ଚା’ କଫି ପ୍ରଥମେ ପିଇବା ବ୍ଯତୀତ ପାଣି ପିଇଅ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଏହା ଦ୍ଵାରା ଶରୀରରେ ଉପୁଜୁଥିବା ଅନେକ ରୋଗ ବେମାରୀ ଏମାନଙ୍କ ଠାରେ ଦେଖାଯାଇନଥାଏ । 2- ସକାଳୁ ଶୀଘ୍ର ଉଠି ନିଜର ନିତ୍ୟ କର୍ମ ଆଦି ସାରି ଶୀଘ୍ର ସ୍ନାନ କରିବା ଦ୍ଵାରା ଦିନ ସାରା ବ୍ୟକ୍ତିର ମନ ପ୍ରଫୁଲ୍ଲିତ ରହିଥାଏ । ଏହା ଦ୍ଵାରା ସବୁ କାର୍ଯ୍ୟ କରିବାରେ ମନ ଲାଗିଥାଏ ।
3- ସକାଳୁ ସ୍ନାନାଦି କାର୍ଯ୍ୟ ପୂଜା ପାଠ କରିବା ଦରକାର । ଯାହା ଦ୍ଵାରା ମନରେ ଆଧ୍ୟାତ୍ମିକ ଭାବନା ସଂଚାର ହେବା ସହ ମନକୁ ପଜିଟିଭ ଏନର୍ଜି ମିଳିଥାଏ । 4- ସକାଳୁ ସକାଳୁ ନିଜ ମନ ପସନ୍ଦର ଗୀତ ଶୁଣିବା ଦ୍ଵାରା ବ୍ୟକ୍ତିର ମନ ସତେଜ ଓ ପୁରା ତାଜା ହୋଇଉଠେ । ଏହା ଦ୍ଵାରା ମନରେ ଥିବା ଅନେକ ଡିପ୍ରେସନ ମଧ୍ୟ ଦୂର ହୋଇଥାଏ ।
5- ସକାଳୁ ଶୀଘ୍ର ଉଠି ନିଜର ନିତ୍ୟକର୍ମ ସାରି ସକାଳର କିଛି ସମୟ ନିଜ ସ୍ଵାମୀଙ୍କୁ ଦେବା ଉଚିତ । ସ୍ଵାମୀଙ୍କ ସହ ପ୍ରେମ କରିବା ଉଚିତ । ଯାହା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଦାମ୍ପତ୍ୟ ଜୀବନ ଆହୁରି ମଜଭୁତ ହୋଇ ଉଠିଥାଏ । ଏହା ସହ ସ୍ଵାମୀଙ୍କର ମନ ଭଲ ରହିବା ସହ ନିଜ ସ୍ତ୍ରୀ ଙ୍କ ପ୍ରତି ଭଲ ପାଇବା ଅଧିକ ବଢିଯାଇଥାଏ ।