ଦେଶ- ବିଦେଶ

ଗୋଟିଏ ବଟିକା ପାଇଁ ଏତେ ବଡ ଖୋଳ କଣ ପାଇଁ ତିଆରି କରାଯାଇ ଥାଏ, ସବୁ ବଟିକା ଭିତରେ ଗ୍ୟାପ କଣ ପାଇଁ ଥାଏ, ଆପଣ ବି ଜାଣି ନିଅନ୍ତୁ

ଆପଣ ମାନେ ଜାଣିଥିବେ କି ଆମେ ସୁସ୍ଥ ରହିବା ପାଇଁ ଔଷଧର ସେବନ କରିଥାଉ । ପ୍ରତ୍ୟେକ ରୋଗ ପାଇଁ ଅଲଗା ଅଲାଗା ପ୍ରକାରର ଔଷଧ ବାହାର କରାଯାଇଛି । ସବୁ ଔଷଧ ଆକାରରେ ଏବଂ ରଙ୍ଗରେ ମଧ୍ୟ ଅଲଗା ହୋଇଥାଏ । କେତେକ ପ୍ରକାରର ଔଷଧ ଥାଏ ଯେମିତି କି ବଟିକା ଏବଂ ସିରପ । ଆମର ଯେତେବେଳେ ବି ଦେହ ଖରାପ ହୋଇଥାଏ ଆମେ ପାଖ ଔଷଧ ଦୋକାନକୁ ଯାଇ ସେଠାରୁ ଔଷଧ ଆଣିଥାଉ ।

ଆପଣ ମାନେ ତ ଔଷଧ ଖାଉଛନ୍ତି ହେଲେ ଔଷଧ ବିଷୟରେ କେତେକ କଥା ଆପଣ ଜାଣିନଥିବେ । ଔଷଧ କିଣିବା ସମୟରେ ଆପଣ ଦେଖି ଥିବେ କି ଗୋଟିଏ ବଟିକା ପାଇଁ ବଡ ଖୋଳ ଥାଏ ବା ଏହି ବଟିକା ମଧ୍ୟରେ କିଛି ଗ୍ୟାପ ମଧ୍ୟ ଥାଏ । କଣ ଆପଣ କଣ କେବେ ଭାବିଛନ୍ତି କି କଣ ପାଇଁ ଏମିତି କରାଯାଇ ଥାଏ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବୁ ।

ଏହାର ପ୍ରଥମ କାରଣ ହେଉଛି କି ଯଦି ଖୋଳ ଛୋଟ କରାଯିବ ତାହେଲେ ସେଥିରେ ଔଷଧର ସମ୍ପୂର୍ଣ ସୂଚନା ଲେଖା ଯାଇ ପାରିବ ନାହିଁ । ଏହାଛଡା ଏଥିରେ ସବୁ କେମିକାଲ ର ପ୍ରିଣ୍ଟ ଆସି ପାରିବ ନାହିଁ ଏବଂ ଏହାକୁ ତିଆରି କରାଯାଇ ଥିବାର ଏକ୍ସପାୟରି ଡେଟ ଏହା ଉପରେ ଛପା ଯାଇ ପାରିବ ନାହିଁ, ଏଥିପାଇଁ ଔଷଧର ଖୋଳ ବଡ ହୋଇ ଥାଏ ।

ବର୍ତ୍ତମାନ ଜାଣିବା କି ଯେଉଁଥିରେ ଅଧିକ ଔଷଧ ଥାଏ ସେହି ଖୋଳରେ ଅଧିକ ଗ୍ୟାପ କଣ ପାଇଁ ରଖାଯାଇ ଥାଏ । ଏହାର ମୁଖ୍ୟ କାରଣ ଏହା କି ବଟିକା ସୁଗାର କୋଟେଡ ହୋଇ ଥାଏ ଏବଂ କ୍ୟାପସୁଲ ଷ୍ଟାର୍ଚ ବା ଜିଲେଟିନ ଦ୍ଵାରା ତିଆରି ହୋଇଥାଏ । ବଟିକାରେ ଗ୍ୟାପ ଏଥିପାଇଁ ବି ହୋଇଥାଏ କି ବଟିକା ବାହାର କରିବା ସମୟରେ ଯେମିତି ତା ପାଖରେ ଥିବା ବଟିକାଟି ଖୋଲି ନଯିବ । କାରଣ ବଟିକା କିଛି ସମୟ ଖୋଲାରେ ରହିବା ପରେ ତାହା ଖରାପ ହୋଇ ଯାଇଥାଏ । ଏଥିପାଇଁ ବଟିକା ଖୋଲିବା ସମୟରେ ସବୁବେଳେ ସାବଧାନର ସହିତ ଖୋଲନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button