ରାଜ୍ୟ

ବସ୍-ଟ୍ରକ୍ ଧକ୍କା: ଜଣେ ମୃତ, ୨୦ ଆହତ

ଯାଜପୁର: ଯାଜପୁର ଏନଏଚ୍ ୧୬ ଜାରକା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ସକାଳୁ ଏକ ଟ୍ରକ ଏବଂ ମୁହାଁମୁହିଁ ଧକ୍କା ହୋଇଚନ୍ତି। ,ଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ଆଜି ସକାଳେ ରାଜା ନାମକ ଏକ ଘରୋଇ ବସ୍ ବାରିପଦାରୁ ଭୁବନେଶ୍ଵର ଆସୁଥିଲା।

ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ୨୦ ଜଣ ଆହତ ହୋଇଥିବା ଜଣାପଡିଛି। ପରେ ଖବର ପାଇ ପୁଲିସ୍ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button