ଦେଶ- ବିଦେଶ

ସିନିୟର ପିଲା ହଇରାଣ କରୁଥିଲେ, ଆତ୍ମହତ୍ୟା କରିଦେଲେ ନବମ ଶ୍ରେଣୀ ଛାତ୍ରୀ

ତ୍ତର ପ୍ରଦେଶ ଝାନ୍ସିର ଜବାହାର ନବୋଦୟରେ ପଢୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଦୁଇ ଜଣ ସିନିୟର ଛାତ୍ରୀ ହଇରାଣ କରୁଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରାଯାଇଛି।

ସୂଚନା ଅନୁସାରେ, ଛାତ୍ରୀ ଜଣକ ନବମ ଶ୍ରେଣୀରେ ପଢୁଥିଲେ। ଗତକାଲି ରାତିରେ ହଷ୍ଟେଲ ସିଡ଼ିର ରେଲିଂରେ ଓଢଣୀ ଲଗାଇ ଝୁଲି ପଡିଛନ୍ତି।

ଅନ୍ୟ ଛାତ୍ରୀମାନେ ଏନେଇ ଖବର ଦେବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ପୁଲିସକୁ ଜଣାଇଥିଲେ।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି। ଏଥିସହ ଅଭିଯୋଗ ଅନୁସାରେ, ସିନିୟର ଛାତ୍ରୀଙ୍କୁ ପଚରା ଉଚରା କରୁଛି।

ରିପୋର୍ଟ ଅନୁସାରେ, ଛାତ୍ରୀଙ୍କ ଘର ଝାନ୍ସିର ଏରିକ୍ ଥାନା ଅଧୀନରେ ଥିବା ଭଦରବାରା ଅଞ୍ଚଳରେ। ତାଙ୍କ ବାପା କହିଛନ୍ତି ଯେ, ହଷ୍ଟେଲରେ ଦୁଇ ଜଣ ଛାତ୍ରୀ ତାଙ୍କୁ ସବୁବେଳେ ହଇରାଣ-ହରକତ କରୁଥିଲେ। ଏପରିକି ରୁମକୁ ଡାକି ମଧ୍ୟ ଗାଳିମନ୍ଦ ଦେଉଥିଲେ। ସେ ଏନେଇ ସବୁବେଳେ ଘରେ ଅଭିଯୋଗ କରି ଆସୁଥିଲା। ନିର୍ଯାତନା ଅସହ୍ୟ ହୋଇଥିବାରୁ ଝିଅ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button