ଖେଳ ଖବର

ଅଷ୍ଟ୍ରେଲିଆନ୍‌ ଗ୍ରାଁ ପ୍ରି: ‌ଫେରାରିକୁ ୧-୨ ସଫଳତା – Kalinga News

[ad_1]

ମେଲ୍‌ବର୍ଣ୍ଣ: ବାହାରିନ୍‌ ଓ ସାଉଦି ଆରବରେ ଟ୍ରଫି ଜିତିଥିତା ମ୍ୟାକ୍ସ ଭର୍ସ୍ତାପେନ ରବିବାର ବାଧ୍ୟ ହୋଇ ଅଷ୍ଟ୍ରେଲିଆନ୍‌ ଗ୍ରାଁ ପ୍ରିରୁ ଓହରି ଯାଇଛନ୍ତି। ଏହି ରେସ୍‌ର ଚତୁର୍ଥ ଲାପ୍‌ରେ ତାଙ୍କ କାର୍‌ର ଆଗ ବ୍ରେକ୍‌ରେ ଅସୁବିଧା ଦେଖା ଯାଇଥିଲା। ଫଳରେ ରେସ୍‌ରୁ ଓହରିବାକୁ ବାଧ୍ୟ ହୋଇଥିଲେ। ଦୁଇ ବର୍ଷରେ ‌ଏହି ରେଡ୍‌ବୁଲ୍‌ ଚାଳକଙ୍କ ଏହା ଥିଲ‌ା ପ୍ରଥମ ରିଟାୟାରମେଣ୍ଟ। ଚଳିତ ଋତୁରେ ତୃତୀୟ ଥର ଲାଗି ପୋଲ୍‌ ପୋଜିସନ ପାଇଥିବା ଭର୍ସ୍ତାପେନ୍‌ ଓହରିଯିବାରୁ ଏହାର ଫାଇଦା ଫେରାରି ଚାଳକ କାର୍ଲୋସ ସୈଞ୍ଜ ନେଇଥିଲେ। ସେ ପ୍ରଥମ ସ୍ଥାନରେ ରହି ଟ୍ରଫି ହାତେଇଥିଲେ। ତାଙ୍କ ଦଳୀୟ ସାଥୀ ଚାର୍ଲସ ଲେକଲର୍କ ଦ୍ବିତୀୟ ସ୍ଥାନରେ ରହିଥିଲେ। ଫଳରେ ଫେରାରି ୧-୨ ସଫଳତା ପାଇଥିଲା। ତୃତୀୟ ସ୍ଥାନରେ ମ୍ୟାକ୍‌ଲରେନର ଲାଣ୍ଡୋ ନୋରିସ ରହିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button