ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଭାରତର ଅଧିନାୟକ ହେବେ ରୋହିତ ଶର୍ମା – Kalinga News

[ad_1]
ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଦୁଇ ଦଳ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରି ୧୧ରେ ଖେଳାଯିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ। ଏହା ବ୍ୟତୀତ ବିରାଟ କୋହଲି ମଧ୍ୟ ଆଫଗାନିସ୍ତାନ ସିରିଜରେ ଖେଳୁଥିବାର ନଜର ଆସିବେ। ତେବେ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ରାୟ ବର୍ଷେ ହେଲାଣି ଭାରତ ପାଇଁ ଟି-୨୦ ମ୍ୟାଚ୍ ଖେଳି ନଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ଦୁହେଁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ୩ଟି-୨୦ ମ୍ୟାଚ୍ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରି ୧୧ରେ ଖେଳାଯିବ। ମୋହାଲି ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହା ପରେ ଜାନୁଆରି ୧୫ରେ ଇନ୍ଦୋରରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହା ସହ ଭାରତ-ଆଫଗାନିସ୍ତାନ ସିରିଜର ଶେଷ ଟି-୨୦ ମ୍ୟାଚ୍ ଜାନୁଆରି ୧୭ରେ ବାଙ୍ଗାଲୋରରେ ଖେଳାଯିବ ବୋଲି ଧାର୍ଯ୍ୟ ହୋଇଛି। ଧାର୍ଯ୍ୟ ସମୟ ଅନୁଯାୟୀ, ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍ ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଏହି ସିରିଜ ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବ।
[ad_2]