ଦେଶ- ବିଦେଶ

ଯୌନ କ୍ରିୟାରେ ଲିପ୍ତ ଥିବା ବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଝିଅ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଲା ବାହାରେ

ବେଙ୍ଗାଲୁରୁର ଜଣେ 67 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସହରରେ ଘରୋଇ କାମ କରିବାକୁ ଆସୁଥିବା 35 ବର୍ଷୀୟ ମହିଳାଙ୍କ ସହ ବୃଦ୍ଧଙ୍କର ପରକୀୟା ପ୍ରୀତି ସମୟରେ ଆସିଥିଲା ହାର୍ଟ ଆଟାକ୍ । ଏହି ସମୟରେ ପରକୀୟାରେ ଲିପ୍ତ ଥିଲାବେଳେ ତାଙ୍କର ହାର୍ଟ ଆଟାକ୍ ହୋଇଥିଲା । ଆଉ ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ରିପୋର୍ଟ ଅନୁଯାୟୀ, ବାଲାସୁବ୍ରମଣ୍ୟମ୍ ନାମକ ଜଣେ ବ୍ୟକ୍ତି ଗତ ବର୍ଷ ଏଞ୍ଜିଓଗ୍ରାମ କରିଥିଲେ । ନଭେମ୍ବର 16 ରେ, ସେ ନାତିକୁ ବ୍ୟାଡମିଣ୍ଟନ କ୍ଲାସ ଛାଡ଼ିବାକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ । ପରେ ସେ ତାଙ୍କ ବୋହୂକୁ କହିଥିଲେ ଯେ ମୋର ଅଲଗା ଯାଗାରେ କାମ ଅଛି ଫେରିବାରେ ଡେରି ହୋଇପାରେ ।

ବହୁ ଡେରି ପରେ ବାଲା ଘରକୁ ନ ଫେରିବାରୁ ପୁଅ-ବୋହୂ ଫୋନ କରିଥିଲେ । କିନ୍ତୁ ବାଲାଙ୍କର କୌଣସି ପତ୍ତା ମିଳି ନଥିଲା । ଏହା ପରେ ପୁଅ ବାପା ନିଖୋଜ ଥିବା ଖବର ଥାନାରେ ରିପୋର୍ଟ କରିଥିଲେ । ପରଦିନ ପୋଲିସକୁ ବେଡସିଟ ଏବଂ ଜରି ଅଖାରେ ଭର୍ତ୍ତି ଥିବା ଶବ ମିଳିଥିଲା । ପରିବାରକୁ ଏ ଖବର ଦିଆଯିବା ପରେ ପରିବାର ଲୋକ ଶବଟି ବାଲାଙ୍କର ବୋଲି ଚିହ୍ନଟ କରିଥିଲେ । ଶବ ବ୍ୟବଚ୍ଛେଦ କରିବାରୁ ବାଲାଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା ।

ଏହି ମାମଲାରେ ଅଧିକ ଖୋଳତାଡ଼ କରିବାରୁ କାମ କରୁଥିବା 35 ବର୍ଷିୟ ମହିଳା ସତ କଥା କହିଥିଲେ । ସେ କହିଲେ ଯେ, ବାଲାଙ୍କ ସହ ତାଙ୍କର ପରକୀୟା ପ୍ରୀତି ବେଳେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଆଉ ଉକ୍ତ ବ୍ୟକ୍ତିଙ୍କ କଲ୍ ରେକର୍ଡରୁ ଜଣାପଡିଛି ଯେ ସେ ପୂର୍ବରୁ ମଧ୍ୟ ନିଜ ଚାକରାଣୀଙ୍କ ଘରକୁ ଯାଇଥିଲେ ।

ବାଲାଙ୍କୁ ହତ୍ୟା କରିବା ଆରୋପ ନିଜ ଉପରେ ନ ଆସୁ ବୋଲି ଭାବି ଶବକୁ ଜରି ଅଖାରେ ଭର୍ତ୍ତି କରି ଏକ ନିଛାଟିଆ ସ୍ଥାନରେ ପକାଇ ଦେଇଥିଲେ । ଶବ ଫୋପାଡ଼ିବା ବେଳେ ତାଙ୍କ ସ୍ବାମୀ ଏବଂ ଭାଇଙ୍କ ସାହାଯ୍ୟ ନେଇଥିଲେ ।

ଅଧିକ ତଦନ୍ତ ପରେ ପୋଲିସକୁ ଜଣାପଡ଼ିଛି ଯେ, ସୁବ୍ରମଣ୍ୟମ ଦୀର୍ଘଦିନ ଧରି କାମ କରିବାକୁ ଆସୁଥିବା ମହିଳାଙ୍କ ସହ ସମ୍ପର୍କରେ ଥିଲେ । ବାଲା ଅନେକଥର ମହିଳାଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ । ପୋଲିସ କହିଛି ଯେ ସେ ମୃତଦେହକୁ ଏକ ପ୍ଲାଷ୍ଟିକ ଅଖା ରେ ଭର୍ତି କରି ଜେପି ନଗରର ଏକ ନିଛାଟିଆ ସ୍ଥାନରେ ପକାଇ ଦେଇଛନ୍ତି ।

ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ବିଭାଗ ଅନୁଯାୟୀ ମହିଳା, ତାଙ୍କ ସ୍ୱାମୀ ଏବଂ ତାଙ୍କ ଭାଇଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହି ତିନିଜଣଙ୍କୁ ଗିରଫ କରାଯାଇଛି । ଅଧିକ ଅନୁସନ୍ଧାନ ଜାରି ରହିଛି

Related Articles

Leave a Reply

Your email address will not be published. Required fields are marked *

Back to top button