ଦେଶ- ବିଦେଶ
କେକେଆରର ମେଣ୍ଟର ହେବା ପରେ ପୁରୁଣା ଦଳ ସିଏସକେକୁ ନେଇ କ’ଣ କହିଲେ ବ୍ରାଭୋ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ର ଷ୍ଟାର ଅଲରାଉଣ୍ଡର ଡୱେନ ବ୍ରାଭୋ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାଭୋ ୨୦୨୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ ସେ ଟି-୨୦ ଫର୍ମାଟରୁ ମଧ୍ୟ ଅବସର ନେଇଛନ୍ତି | କିନ୍ତୁ ଅବସର ପରେ ପରେ ତାଙ୍କୁ ଏକ ବଡ଼ ଦାୟିତ୍ବ ମିଳିଛି। କ୍ରିକେଟ୍ ପଡ଼ିଆରେ ନଖେଳିଲେ ବି ସେ କ୍ରିକେଟରଙ୍କ ମେଣ୍ଟର ଭାବେ ଦାୟିତ୍ବ ତୁଲାଇବେ ବୋଲି ଜଣାଯାଇଛି।
ଏବେ ସେ କୋଚିଂ ଦୁନିଆରେ ପ୍ରବେଶ କରିବା ସହ ଆଇପିଏଲ୍ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ର ମେଣ୍ଟର ଭାବରେ ନୂତନ ଇନିଂସ ଆରମ୍ଭ କରିବେ।