ରାଜ୍ୟ

ଏହି 2 ଗଛର ଛାଇ ଭୁଲରେ ବି ଘର ଉପରେ ପଡିବାକୁ ଦିଅନ୍ତୁ ନାହିଁ, ହୋଇଥାଏ ଘୋର ଅନର୍ଥ, ପିଛା ଛାଡିବନି ଅଶୁଭ…

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ଗୃହ ନିର୍ମାଣ ଠାରୁ ଆରମ୍ଭ କରି ଗୃହରେ ରଖା ଯାଉଥିବା ବିଭିନ୍ନ ବସ୍ତୁ କୁ କେଉଁଠି ରଖାଯିବ ସେହି ବିସ୍ତାରେ ମହତ୍ଵ ପୂର୍ଣ୍ଣ କଥା କୁହା ଯାଇଛି । ଏଥିରେ ଗୃହର ଦିଶା, ଘରର ମୁଖ୍ୟ ଦ୍ବାରର ଦିଶା ର ଆକାର ବିଷୟରେ କୁହା ଅଯାଇଛି । ଗୃହର ପ୍ରତେକ ସ୍ଥାନ ତଥା ରୋଷେଇ ଘର, ପୂଜା ଘର ଆଦି ବିଷୟରେ ମହତ୍ଵ ପୂର୍ଣ୍ଣ କଥା କୁହ ଅଯାଇଛି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ତିଆରି ବିଷୟରେ ଯେଉଁ ସବୁ କଥା କୁହାଯାଇଛି ତାହା ଦ୍ଵାରା ସୁଖ ସମୃଦ୍ଧି ଆସିଥାଏ । ଆଜି ଆମେ ଆପଣଙ୍କୁ ଘର ଉପରେ କେଉଁ ଗଛର ଛାଇ ପଡିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘର ଉପରେ ଗଛର ଛାଇ ପଡିବା ଉଚିତ ନୁହେଁ । ଏହା ଦ୍ଵାରା ନେଗେଟିଭ ଊର୍ଜା ସୃଷ୍ଟି ହୋଇଥାଏ । ଘରର ମୁଖ୍ୟ ଦ୍ଵାରା ରେ କିଛି ଊର୍ଜା ସୃଷ୍ଟି ହେବାରେ ବାଧା ପ୍ରାପ୍ତ ହେଉଥାଏ ତେବେ ତାହାକୁ ଦ୍ଵାରା ବେଦ କୁହାଯାଏ । ଯେମିତି ମୁଖ୍ୟ ଦ୍ଵାରା ଆଗରେ ଖମ୍ବା ହେବା ଏକ ପ୍ରକାରର ଦ୍ଵାର ବେଦ କୁହାଯାଏ । ଅନେକ ସମୟରେ ଘରର ଆଗରେ ବିଜୁଳି ଖୁଣ୍ଟ ରହିଥାଏ ଯାହା ଊର୍ଜା ସୃଷ୍ଟି ହେବାରେ ବାଧା ଆଣିଥାଏ । ଏହା ଦ୍ଵାରା ଘରେ ରହୁଥିବା ଲୋକଙ୍କର ଉନ୍ନତି ଅଟକି ଯାଇଥାଏ ।

ମୁଖ୍ୟ ଦ୍ଵାର ଆଗରେ ପାଣି ଟାଙ୍କି ରହିବା ଅନୁଚିତ । ଏହା ଦ୍ଵାରା ଘରେ ପ୍ରବେଶ କରୁଥିବା ଊର୍ଜାରେ ବାଧା ସୃଷ୍ଟି କରିଥାଏ । ଘରର ମୁଖ୍ୟ ଦ୍ଵାରା ଆଗରେ ବଡ କାନ୍ଥ, ହ୍ୟାଣ୍ଡ ପମ୍ପ ବା ବଡ ଜିନିଷ ରହିବା ଉଚିତ ନୁହେଁ । ହରେ ଏମିତି କୌଣସି ଜିନିଷ ରହିବା ଅନୁଚିତ ଯାହା ଦ୍ଵାରା କର୍କଶ ଶବ୍ଦ ବାହାରିଥାଏ । ଏମିତିକି ଛାତ ଉପରେ ରକହ ଯାଇଥିବା କୌଣସି ଜିନିଷରୁ କର୍କଶ ଶବ୍ଦ ବାହାରୁଥିବ । କବାଟ ଖୋଲିବା ବା ବନ୍ଦ କରିବା ସମୟରେ ଶବ୍ଦ ହେବା ଅନୁଚିତ । ଏହା ସହ କବାଟରେ ଲାଗିଥିବା କଡି ମଧ୍ୟ ଶବ୍ଦ ହେବା ଅନୁଚିତ ।

ଏହା ଦ୍ଵାରା ଘରେ ବାଦ ବିବାଦ ହେବା ସହ ପରିବାର ଲୋକଙ୍କ ମଧ୍ୟରେ କ୍ଲେଶ ଆସିଥାଏ । ଯଦି ଘରର କାନ୍ଥରେ ଫାଟ ହୋଇଛି ତାହାକୁ ଛିଦ୍ର ବେଦ କୁହାଯାଏ ଯାହା ଦ୍ଵାରା ପରିବାର ଲୋକଙ୍କ ମଧ୍ୟରେ ଫାଟ ଆସିଥାଏ । ଏହା ଖରାପ ସଂକେତର ପ୍ରତୀକ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘର ଉପରେ କେବେ ବି ପିପଲ ଗଛର ଛାଇ ପଡିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ଦୁଖ ଓ ଦାରିଦ୍ରତା ଦେଖାଯାଏ ।

ଘରେ କୌଣସି ମରି ଯାଇଥିବା ଗଛର ଛାଇ ପଡିବା ଉଚିତ ନୁହେଁ । ଏହା ଦ୍ଵାରା ପରିବାରରେ ଦୁଖ, ଶୋକ ଆସିଥାଏ । ତେଣୁ ଏହି ଗଛକୁ ଘର ଆଗରୁ ହଟାଇବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button