ରାଜ୍ୟ

ଇସ୍ପାତ ଏକ୍ସପ୍ରେସରୁ ଗଞ୍ଜେଇ ଜବତ, ୨ ଗିରଫ, ଦିବ୍ୟାଙ୍ଗ ନାବାଳକ ଅଟକ

ଲାଙ୍ଗିର : ବଲାଙ୍ଗିର ରେଳଷ୍ଟେସନରୁ ଇସ୍ପାତ ଏକ୍ସପ୍ରେସ ଟ୍ରେନରୁ ବଲାଙ୍ଗିର ରେଳ ସୁରକ୍ଷା ବଳ(ଆରପିଏଫ୍) ୨୬କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୨ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ବିହାରର ଆନନ୍ଦ କୁମାର (୧୯) ଓ ପଶ୍ଚିମବଙ୍ଗର ମିନାରୁଲ ସେଖ୍ (୪୫)ଙ୍କୁ ଗିରଫ କରିବା ସହ ବିହାରର ଦିବ୍ୟାଙ୍ଗ ନାବାଳକ(୧୭)କୁ ଅଟକ ରଖାଯାଇଛି।

କଣ୍ଟାବାଞ୍ଜିରୁ ହାୱଡା ଅଭିମୁଖେ ଯାଉଥିବା ଇସ୍ପାତ ଏକ୍ସପ୍ରେସ ଟ୍ରେନରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବଲାଙ୍ଗିର ଆରପିଏଫ୍ ଇନ୍ସପେକ୍ଟର ରାଜ ସିଂ ମଲ୍ଲିକଙ୍କ ନେତୃତ୍ୱରେ ବଲାଙ୍ଗିର ଷ୍ଟେସନରେ ଟ୍ରେନରେ ଚଢ଼ଉ କରାଯାଇଥିଲା । ଟ୍ରେନରେ ଗଞ୍ଜେଇ ଜବତ ସହ ୩ ଅଭିଯୁକ୍ତଙ୍କୁ କାବୁ କରା ଯାଇଥିଲା । ଅଭିଯୁକ୍ତମାନେ ସଇଁତଳା ଷ୍ଟେସନରୁ ଗଞ୍ଜେଇ ଆଣି ବିହାର ଓ ପଶ୍ଚିମବଙ୍ଗ ଚାଲାଣ କରୁଥିବା ତଦନ୍ତରୁ ଜଣାପଡ଼ିଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫ଲକ୍ଷ ୩୪ହଜାର ଟଙ୍କା ବୋଲି ବଲାଙ୍ଗିର ରେଳ ସୁରକ୍ଷା ବଳ ଇନ୍ସପେକ୍ଟର ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ଗଞ୍ଜେଇ ଜବତ ମାମଲାରେ ଆରପିଏଫ ମାମଲା ରୁଜ୍ଜୁ କରି ଜବତ ଗଞ୍ଜେଇ ସହ ଅଭିଯୁକ୍ତମାନଙ୍କୁ ବଲାଙ୍ଗିର ଅବକାରୀ ବିଭାଗକୁ ହସ୍ତାନ୍ତର କରିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button