ଖେଳ ଖବର

ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ: ବ୍ୟାଟିଂ କରୁଛି ବାଂଲାଦେଶ

କାନପୁର: ଆଜିଠାରୁ ବାଂଲାଦେଶ ବିପକ୍ଷରେ ଘରୋଇ ଭାରତ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଖେଳାଯାଉଛି। ଟସ୍‌ ଜିତି ବୋଲିଂ କରିବାକୁ ରୋହିତ ବାହିନୀ ନିଷ୍ପତ୍ତି ନେବା ପରେ ବାଂଲାଦେଶ ଟିମ୍‌ ବ୍ୟାଟିଂ କରୁଛନ୍ତି। ୨ଟି ୱିକେଟ ହରାଇ ବାଂଲାଦେଶ ଟିମ୍‌ ୭୦ରନ କରିଛି। ସିରିଜର ପ୍ରଥମ ଟେଷ୍ଟକୁ ବଡ ବ୍ୟବଧାନରେ ଜିତି ଭାରତ ୧-୦ରେ ଆଗୁଆ ରହିଛି।

୨ୟ ଟେଷ୍ଟ ଜିତିଲେ କିମ୍ବା ମ୍ୟାଚ୍‌ ଡ୍ର ରହିଲେ ଭାରତ ଘରୋଇ ମାଟିରେ କ୍ରମାଗତ ୧୮ଟି ଟେଷ୍ଟ ଶୃଙ୍ଖଳା ଜିତିପାରିବ। ବାଂଲାଦେଶର ପ୍ରଦର୍ଶନ ପ୍ରଥମ ଟେଷ୍ଟରେ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଥିବାରୁ ଏଥର ଦଳ ପୁରା ଫର୍ମରେ ପଡ଼ିଆକୁ ଓହ୍ଲାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button