ଖେଳ ଖବର

ଆଇପିଏଲ୍‌ ୨୦୨୪: ପଞ୍ଜାବକୁ ୨୧ ରନ୍‌ରେ ପରାସ୍ତ କଲା ଲକ୍ଷ୍ନ‌ୌ – Kalinga News

[ad_1]

ଲକ୍ଷ୍ନୌ: ଆଇପିଏଲ୍‌ ୨୦୨୪ର ୧୧ତମ ମ୍ୟାଚ୍‌ରେ ପଞ୍ଜାବକୁ ୨୧ ରନ୍‌ରେ ପରାସ୍ତ କଲା ଲକ୍ଷ୍ନ‌ୌ। ଦ୍ବିତୀୟ ପାଳିରେ ୨୦୦ରନ୍‌ର ଲକ୍ଷ୍ୟକୁ ପିଛା କରି ପଞ୍ଜାବ ସମସ୍ତ ଓଭରରେ ୫ ୱିକେଟ୍‌ ହରାଇ ୧୭୮ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଫଳରେ ଲକ୍ଷ୍ନ‌ୌ ଏହି ମ୍ୟାଚ୍‌କୁ ୨୧ ରନରେ ବିଜୟ ହାସଲ କରିଛି। ପଞ୍ଜାବ ପକ୍ଷରୁ ଶିଖର୍‌ ଧାୱନ ୭୦ ରନ୍‌ କରିଥିବା ବେଳେ ଜନି ବ୍ୟାରିଷ୍ଟୋ ୪୨ ରନ ଓ ଲିଭିନ୍‌ ଷ୍ଟୋନ୍‌ ୧୭ ବଲରେ ୨୮ ରନ୍‌ କରିଥିଲେ କିନ୍ତୁ ପଞ୍ଜାବକୁ ବିଜୟ ଦେବାରେ ସକ୍ଷମ ହୋଇ ନଥିଲେ।

ଦ୍ବିତୀୟ ପାଳିରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ ନିକୋଲସ ପୁରନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ବରେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୮ ୱିକେଟ ହରାଇ ୧୯୯ ରନ୍ କରିଥିଲା। ଫଳରେ ପଞ୍ଜାବ କିଙ୍ଗ୍ସ ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ୍ ରହିଥିଲା। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ୩୮ ବଲ୍‌ରେ ୫୪ ରନ୍ କରିଥିଲେ। ସେହିପରି ନିକୋଲସ ପୁରନ ୨୧ ବଲ୍‌ରେ ୪୨ ରନ୍ , କ୍ରୁନାଲ ପାଣ୍ଡ୍ୟା ୨୨ ବଲ୍‌ରେ ୪୩ ରନ୍ କରିଥିଲେ।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ର ଓପନର ଡି କକ୍ ଏବଂ କେଏଲ ରାହୁଲ ପ୍ରଥମ ୱିକେଟରେ ୩୫ ରନ୍‌ର ପାଟନରସିପ୍ କରିଥିଲେ। ଅର୍ଶଦୀପ ସିଂ ବୋଲିଂରେ ରାହୁଲ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ସେ ୯ ବଲ୍‌ରେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୫ ରନ୍ କରିଥିଲେ। ରାହୁଲଙ୍କ ପରେ ଦେବଦତ୍ତ ପାଦିକ୍କଲ ବ୍ୟାଟିଂ କରିବାକୁ ଆସି ୬ ବଲ୍‌ରେ ୯ ରନ୍ କରି ଆଉଟ୍ ହୋଇଥିଲେ। ସାମ୍ କରନ୍‌ଙ୍କ ବଲ୍‌ରେ ସେ ଶିଖର ଧାୱନଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ। ମାର୍କସ ଷ୍ଟୋଇନିସ ତୃ୍ତୀୟ ୱିକେଟ ଯୋଡ଼ିରେ ୩୩ ରନ୍‌ର ପାର୍ଟନରସିପ୍ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button