ଖେଳ ଖବର

ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍

ପୂର୍ବତନ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପର ତାଙ୍କ ସ୍ଥାନରେ ଗୌତମଙ୍କୁ ନିଯୁକ୍ତ କରାଯାଇଛି । ଗୌତମ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ନେଇ ଗତ କିଛି ମାସ ହେଲା ଚର୍ଚ୍ଚା ଚାଲିଥିଲା। ଏନେଇ ବିସିସିଆଇ ଓ ଗମ୍ଭୀରଙ୍କ ମଧ୍ୟରେ ବି ଅନେକ ରାଉଣ୍ଡ କଥାବାର୍ତ୍ତା ହୋଇଥିଲା । ସେଥିରୁ କଳ୍ପନା କରାଯାଉଥିଲା ଯେ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବା ନିଶ୍ଚିତ । ନିଜ କ୍ୟାରିୟରରେ ବିଭିନ୍ନ ଭୂମିକାରେ ଭଲ ପ୍ରଦର୍ଶନ କରିଥିବା ଗୌତମ ଭାରତୀୟ କ୍ରିକେଟକୁ ଆଗକୁ ନେବା ପାଇଁ ଆଦର୍ଶ ବ୍ୟକ୍ତି ବୋଲି ବିଶ୍ୱାସ ରହିଛି। ଭାରତୀୟ ଦଳ ପାଇଁ ତାଙ୍କର ସ୍ପଷ୍ଟ ଦୃଷ୍ଟିକୋଣ ଏବଂ ତାଙ୍କର ବିଶାଳ ଅଭିଜ୍ଞତା ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଏବଂ ସବୁଠାରୁ ଚାହିଦାପୂର୍ଣ୍ଣ ପ୍ରଶିକ୍ଷଣ ଭୂମିକା ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଛି । ସେ ଏହି ନୂଆ ଯାତ୍ରା ଆରମ୍ଭ କରୁଥିବାବେଳେ ବିସିସିଆଇ ତାଙ୍କୁ ପୂର୍ଣ୍ଣ ସମର୍ଥନ କରୁଛି। ଟିମ ଇଣ୍ଡିଆ ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ଗୌତମ ଏକ୍ସରେ ଲେଖିଛନ୍ତି ଯେ ଏହି ପଦବୀ ଗ୍ରହଣ କରିବା ତାଙ୍କ ପାଇଁ ବେଶ ସମ୍ମାନର ବିଷୟ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button