ମନୋରଞ୍ଜନ

ଅନନ୍ତ-ରାଧିକାଙ୍କ ବିବାହରେ ଆସିବା ପାଇଁ ସେଲିବ୍ରେଟିଙ୍କୁ ମିଳୁଥିଲା ଟଙ୍କା ? ଖୁଲାସା କଲେ ଅନନ୍ୟା

ମୁମ୍ଵାଇ ୨୫।୦୯: ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ। ଜୁଲାଇ ୧୨ରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ରାଧିକଙ୍କୁ ବିବାହ କରିଥିଲେ। ବଲିଉଡ ଏବଂ ହଲିଉଡର ଅନେକ ବଡ ତାରକା ସେମାନଙ୍କ ବିବାହରେ ଉପସ୍ଥିତ ଥିଲେ । ଏହି ସମୟରେ ଏକ ଗୁଜବ ଆସିଥିଲା ଯେ ଅମ୍ବାନୀ ବିବାହରେ ଯୋଗଦେବା ପାଇଁ ସେଲିବ୍ରେଟମାନଙ୍କୁ ଟଙ୍କା ଦିଆଯାଇଥିଲା।

ବର୍ତ୍ତମାନ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି। ଏହି ସବୁ ଜିନିଷ ଗୁଜବ ବୋଲି ଅଭିନେତ୍ରୀ କହିଛନ୍ତି। ବିବାହ ଉତ୍ସବରେ ଯୋଗଦେବାକୁ କାହାକୁ ଟଙ୍କା ଦିଆଯାଇ ନଥିଲା। ସମସ୍ତେ ନିଜ ନିଜ ଇଚ୍ଛାରେ ବିବାହରେ ସାମିଲ ହୋଇଥିଲେ। ସେ ନିଜେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ କାରଣ ଅନନ୍ତ ଏବଂ ରାଧିକା ତାଙ୍କର ସାଙ୍ଗ ଅଟନ୍ତି ।

ଏକ ସାକ୍ଷାତକାର ସମୟରେ ଅନନ୍ୟାଙ୍କୁ ଅନନ୍ତଙ୍କ ବିବାହରେ ତାଙ୍କ ଡ୍ୟାନ୍ସ ବିଷୟରେ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, “ସେ ମୋର ବନ୍ଧୁ। ମୁଁ କାହିଁକି ବୁଝିପାରୁ ନାହିଁ ଲୋକମାନେ ଏପରି ଭାବନ୍ତି । ହଁ, ମୁଁ ମୋର ବନ୍ଧୁମାନଙ୍କ ବିବାହରେ ଡ୍ୟାନ୍ସ କରିବି। କାହିଁକି ନା ସେ ମୋ ସାଙ୍ଗ । ସେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ପ୍ରକୃତ ପ୍ରେମ ଅଛି ଏବଂ ଏହା ମଧ୍ୟ ଦୃଶ୍ୟମାନ ହେଉଛି । ଅନନ୍ୟା ପାଣ୍ଡେ ମଧ୍ୟ କହିଥିଲେ ଯେ ଅମ୍ବାନୀ ପରିବାର କିପରି ପ୍ରତ୍ୟେକ ଅତିଥିଙ୍କୁ ସ୍ୱାଗତ କରିଥିଲେ। ତାହାକୁ ମଧ୍ୟ ପ୍ରଶଂସା କରିଥିଲେ।

କହିବାକୁ ଗଲେ ଅନନ୍ୟା ତାଙ୍କର ପ୍ରଥମ ୱେବ୍ ସିରିଜ୍ କଲ୍ ମି ବେବ୍ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ସିରିହ୍ର କାହାଣୀ ଦକ୍ଷିଣ ଦିଲ୍ଲୀର ଏକ ଧନୀ ପରିବାରର ଝିଅ ବେଲା ଚୌଧୁରୀର। ତାଙ୍କ ମା ଚାହୁଁଛନ୍ତି ଯେ ସେ ଜଣେ ଧନୀ ରାଜକୁମାରଙ୍କୁ ବିବାହ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button