ଖେଳ ଖବର

ରଣଜୀ ଟ୍ରଫି: ଶୁଭ୍ରାଂଶୁଙ୍କ ଶତକ, ଓଡ଼ିଶା ୩୧୪/୪ – Kalinga News

[ad_1]

ଭୁବନେଶ୍ବର: ଶୁଭ୍ରାଂଶୁ ସେନାପତିଙ୍କ ଅଷ୍ଟମ ପ୍ରଥମ ଶ୍ରେଣୀ ଶତକ ସହ ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ଅର୍ଦ୍ଧଶତକୀୟ ପାଳି ସହାୟତାରେ ଦିଲ୍ଲୀ ବିପକ୍ଷ ରଣଜୀ ମ୍ୟାଚ୍‌ର ପ୍ରଥମ ଦିନରେ ଓଡ଼ିଶା ୩୧୪/୪ ସ୍କୋର୍‌ କରିଛି। ଶୁଭ୍ରାଂଶୁ ୧୦୯* ରନ୍‌ (୧୮୪ ବଲ୍‌, ୧୩ ଚୌକା) ଓ ବିପ୍ଳବ ୪୦* ରନ୍‌ କରି ଅପରାଜିତ ଅଛନ୍ତି। ଦିଲ୍ଲୀର ପ୍ରାଂଶୁ ବିଜୟରନ୍‌ ଓ ସୁମିତ ମାଥୁର ୨ ୱିକେଟ୍‌ ଲେଖାଏଁ ନେଇଛନ୍ତି। ଜାମିଆ ମିଲିଆ କ୍ରିକେଟ୍‌ ପଡ଼ିଆରେ ଖେଳାଯାଉଥିବା ଏଲିଟ୍‌ ଗ୍ରୁପ୍‌ ଡି’ର ଏହି ଅନ୍ତିମ ରାଉଣ୍ଡ୍ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ଟସ୍‌ ଜିତି ବ୍ୟାଟିଂ କରିଥିଲା। ଏଥର ଦଳରେ ଦୁଇଟି ପରିବର୍ତ୍ତନ କରି ଓଡ଼ିଶା ଖେଳିଥିଲା। ପ୍ରୟାସ ସିଂହ ଠାକୁରଙ୍କ ସ୍ଥାନରେ ସ୍ବସ୍ତିକ ସାମଲ ପାଳି ଆରମ୍ଭ କରିଥିଲା ବେଳେ ବାମହାତୀ ସ୍ପିନର ଜାମେଲା ଭଞ୍ଜନ ମହାପାତ୍ର ଏହି ମ୍ୟାଚ୍‌ରେ ପଦାର୍ପଣ କରିଛନ୍ତି। ଦେବବ୍ରତ ପ୍ରଧାନଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇଛି। ପରିବର୍ତ୍ତନ ମଧ୍ୟ ଓଡ଼ିଶା ପାଇଁ ଭଲ ପରିଣାମ ଆଣିଦେଇଛି।

ପ୍ରାରମ୍ଭିକ ଯୋଡ଼ି ସ୍ବସ୍ତିକ ଓ ଶାନ୍ତନୁ ପ୍ରଥମ ୱିକେଟ୍‌ରେ ୫୮ ରନ୍‌ ‌ଭାଗୀଦାରି କରିଥିଲେ। ତୃତୀୟ ପ୍ରଥମ ରଣଜୀ ମ୍ୟାଚ୍ ଖେଳୁଥିବା ସ୍ବସ୍ତିକ ୩୮ ରନ୍‌ କରିଥିଲେ। ସନ୍ଦୀପ ପଟ୍ଟନାୟକ (୧୨) ପୁଣି ନିରାଶ କରିଥିଲେ। ଶୁଭ୍ରାଂଶୁଙ୍କ ସହ ମିଶି ଶାନ୍ତନୁ ଦଳକୁ ଆଗେଇ ନେବା ସହ ଚଳିତ ଋତୁରେ ଦ୍ବିତୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ। କିନ୍ତୁ ତାହାକୁ ଶତକରେ ପରିଣତ କରିପାରି ନଥିଲେ। ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ରେ ୮୦ ରନ୍‌ର ମହତ୍ତ୍ବପୂର୍ଣ୍ଣ ଭାଗୀଦାରି ହୋଇଥିଲା। ୭୬ ରନ୍‌ (୧୨୯ ବଲ୍, ୧୦ ଚୌକା) କରିବା ପରେ ଶାନ୍ତନୁ ଆଉଟ୍‌ ହେବାରୁ ଶୁଭ୍ରାଂଶୁ ଅଧିକ ରକ୍ଷଣାତ୍ମକ ହୋଇ ଖେଳିଥିଲେ। ପ୍ରଥମେ ଗୋବିନ୍ଦ ପୋଦ୍ଦାର (୨୭)ଙ୍କ ସହ ୬୮ ରନ୍‌ ଯୋଡ଼ିବା ପରେ ପଞ୍ଚମ ୱିକେଟ୍‌ରେ ବିପ୍ଳବଙ୍କ ସହ ଅତୁଟ ୮୧* ରନ୍‌ ଭାଗୀଦାରି ଗଢ଼ି ଶୁଭ୍ରାଂଶୁ ଓଡ଼ିଶାକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ଚଳିତ ଋତୁରେ ମଧ୍ୟପ୍ରଦେଶ (୨୭୭*) ବିପକ୍ଷରେ ହାସଲ କରିଥିବା ଦ୍ବିଶତକ ପରେ ଶୁକ୍ରବାର ତାଙ୍କର ଏହା ଦ୍ବିତୀୟ ଶତକ।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୮୮ ଓଭରରେ ୩୧୪/୪ (ଶୁଭ୍ରାଂଶୁ‌ ସେନାପତି-୧୦୯*, ଶାନ୍ତନୁ ମିଶ୍ର-୭୬, ବିପ୍ଳବ ସାମନ୍ତରାୟ-୪୦*, ସ୍ବସ୍ତିକ ସାମଲ-୩୮, ପ୍ରାଂଶୁ ବିଜୟରନ୍‌-୨/୬୪, ସୁମିତ ମାଥୁର-୨/୬୭)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button