ଫୁଟବଲ ଫାଇନାଲ ମ୍ୟାଚରେ ଲେବର ସ୍ଫଟିଙ୍ଗ ବିଜୟ

କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆରେ ଅବଦୁଲ କରିମ ଖାଁ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଚତୃର୍ଥ ସଂସ୍କରଣ ର ଫାଇନାଲ ମ୍ୟାଚ ଲେବର ସ୍ପଟିଙ୍ଗ ଦେଲାରପୁର ବନାମ କଟକ indipindence ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ଏହି ଐତିହାସିକ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଦୌଡ଼ରାଣୀ ଦୁତି ଚାନ୍ଦ ଯୋଗ ଦେଇଥିଲା ବେଳେ ସଂମ୍ମାନିତ ଅତିଥି ଭାବେ ସମାଜସେବୀ ରଂଜିତ କୁମାର ସାହୁ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ I ଏହି ମହା ମୁକାବିଲାରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବୁନ୍ଦୁ ଥିଲେ ଧାବିକା ଦୁତିଚାନ୍ଦ I ଖେଳ ଦେଖିବା ପାଇଁ ସ୍ଥାନୀୟ ରଣପଡା, ଖଡ଼ିଅଙ୍ଗ, ବଡ଼ହାଟ ଫକୀରାବଦ,ଦେଲାରପୁର, ମାଧପୁର, ଗରାପୁର ଆଦି ଅଞ୍ଚଳ ରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ପଡିଆରେ ଉପସ୍ଥିତ ଥିଲେ I
ଖେଳରେ ଦୁଇ ଦଳ ପରସ୍ପରକୁ ଚକମ୍ମା ଦେବାରେ ସଫଳ ହୋଇଥିବା ବେଳେ ଖେଳ ଅନ୍ତିମ ପର୍ଯ୍ୟରେ ପେନାଲ୍ଟି ଦ୍ୱାରା ଲେବର ସ୍ପଟିଙ୍ଗ ଦେଲାରପୁର ଟିମ 2-1 ଗୋଲ ରେ କଟକ indipindence ଟିମ କୁ ପରାସ୍ତ କରି 2024 ବର୍ଷର ବିଜେତା ହୋଇଥିଲା I ବିଜେତା ଦଳକୁ 21 ହଜାର ଟଙ୍କା ଚେକ ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଦଳକୁ 16 ହଜାର ଟଙ୍କା ଚେକ ଦିଆଯାଇଥିଲା ସେହିଭଳି ତୃତୀୟ ସ୍ଥାନ ରେ ଥିବା ଚାନ୍ଦ ସ୍ପର୍ଟିଂ ଦଳକୁ ବେଷ୍ଟ dicipline ଦଳ ଭାବରେ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ I
ଏହି ଅବଦୁଲ କରିମି ଖାଁ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଆୟୋଜକ ଭାବରେ ଲକି ସ୍ପଟିଙ୍ଗ ର କର୍ମକର୍ତା ମାନଙ୍କୁ ଅତିଥି ମାନେ ପ୍ରଶଂସା କରିବା ସହ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସଂମ୍ମାନିତ କରିଥିଲେ I ଟୁର୍ନାମେଣ୍ଟ ଟିକୁ ଦୀର୍ଘ ୭ ଦିନ ଧରି ଅକ୍ଲାନ୍ତ ପରିଶ୍ରମ କରି ପରିଚାଳନା କରିଥିବା ଅବଦୁଲ କରିମି ଖାଁ ଙ୍କ ସୁପୁତ୍ର ସଲିମ ଖାଁ ଙ୍କୁ ମୁଖ୍ୟ ଅତିଥି ଦୁତିଚାନ୍ଦ ପ୍ରଶଂସା କରିଥିଲେ I