ରାଜ୍ୟ

ନକଲି କ୍ଷୀର ତିଆରି କମ୍ପାନୀରେ ଚଢାଉ, ମାଲିକ ଅଟକ.

ଟକ: ଦିନକୁ ଦିନ ନକଲି ସାମଗ୍ରୀ ବଜାରରେ ବଢିବାରେ ଲାଗିଛି। ବର୍ତ୍ତମାନ ବଜାରରେ ନକଲି କ୍ଷୀର ଦେଖିବାକୁ ମିଳିଛି। କଟକ ଜଗତପୁର ଥାନା ଆତୋଡା ଛକରେ ଥିବା ନକଲି କ୍ଷୀର କମ୍ପାନୀରେ ଚଢାଉ ହୋଇଛି । ଅସଲି କ୍ଷୀରରେ ବିଭିନ୍ନ ରାସାୟନିକ ଗୁଣ୍ଡ ମିଶି ପ୍ରସ୍ତୁତି କରାଯାଉଥିଲା କ୍ଷୀର। ଏହି ଅପମିଶ୍ରିତ କ୍ଷୀରକୁ ଜବତ କରିଛି କମିଶନରେଟ ପୁଲିସ।

ଅପମିଶ୍ରଣ ଅଭିଯୋଗରେ ପୁଲିସ ଓ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା। କମ୍ପାନୀକୁ ସିଲ କରାଯାଇ ପରୀକ୍ଷା ପାଇଁ କ୍ଷୀର ସାମ୍ପଲକୁ ପଠାଯାଇଛି। ମାଲିକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button