ଖେଳ ଖବର

ଫେରୁଛନ୍ତି ନୂଆ ଶୋଏବ ଅଖତର, ଆକ୍ସନ ଦେଖିଲେ ନିଶ୍ଚିତ ଜାଣିପାରିବେ: ଭିଡିଓ ଭାଇରଲ

ପାକିସ୍ତାନର ପୂର୍ବ ଦ୍ରୁତ ବୋଲର ଶୋଏବ ଅଖତର ବିଶ୍ୱ କ୍ରିକେଟରେ ବେଶ୍‌ ଜଣାଶୁଣା । ନିଜର ସ୍ପିଡ, ବାଉନ୍ସ ଏବଂ ୟର୍କର ପାଇଁ ବେଶ୍‌ ଲୋକପ୍ରିୟ ଶୋଏବ ଅଖତର । ତାଙ୍କୁ ଦ୍ରୁତ ବୋଲିଂ ଯୋଗୁଁ ରାଓ୍ୱଲପିଣ୍ଡି ଏକ୍ସପ୍ରେସ ବୋଲି କୁହାଯାଉଛି । ଶୋଏବ ଅଖତର ୨୦୧୧ ବିଶ୍ୱକପ ପରେ ଆଣ୍ଠୁ ସମସ୍ୟା ଯୋଗୁଁ ରିଟାୟର ହୋଇଥିଲେ ।

ଏବେ ସୋସିଆଲ ମିଡିଆରେ ଶୋଏବ ଅଖତରଙ୍କ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ।

ତେବେ ଭିଡିଓଟି ଶୋଏବ ଅଖତର ନୁହେଁ ବରଂ ତାଙ୍କ ଅବିକଳ ନକଲ ଇମ୍ରାନ ମୁହମ୍ମଦର ଭିଡିଓ ଭାଇରଲ ହେଉଛି । ଓମାନର ଡି୧୦ ଲିଗ ମ୍ୟାଚର ଏକ ଫୁଟେଜ ଭାଇରଲ ହେଉଛି । ଇମ୍ରାନ ନିଜର ବୋଲିଂ ଆକ୍ସନରେ ଶୋଏବ ଅଖତରଙ୍କୁ ମନେ ପକାଇବା ପାଇଁ ଫ୍ୟାନ୍ସଙ୍କୁ ବାଧ୍ୟ କରୁଛନ୍ତି । ୩୦ ବର୍ଷୀୟ ଇମ୍ରାନ ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରାନ୍ତର ଡେରା ଇସମାଇଲ ଖାନ ଜିଲ୍ଲାରେ ବାସିନ୍ଦା ।

Related Articles

Leave a Reply

Your email address will not be published. Required fields are marked *

Back to top button