ରିଷଭ ପନ୍ତଙ୍କ ନୂଆ ଅବତାର, ଓ୍ଵିକେଟ କିପିଂ ଛାଡି କଲେ ଏଭଳି କାମ

ଭାରତୀୟ ଟିମର ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତଙ୍କ ନୂଆ ଅବତାର ଦେଖିବାକୁ ମିଳିଛି । କିପିଂ, ବ୍ୟାଟିଂ ପରେ ବୋଲିଂରେ କମାଲ କରିଛନ୍ତି ରିଷଭ । ଦିଲ୍ଲୀ ପ୍ରିମିୟର ଲିଗରେ ପୁରୁଣା ଦିଲ୍ଲୀ ୬ ପାଇଁ ଅଧିନାୟକ ଦାୟିତ୍ୱ ରହିଛନ୍ତି ରିଷଭ । ଟିମ୍ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିଲେ ମଧ୍ୟ ରିଷଭ ପନ୍ତ ୱିକେଟକିପଂ ଛାଡ଼ି ବୋଲିଂ କରୁଥିବାର ଦେଖାଯାଇଛି ।
ଦୁର୍ଘଟଣା ପରେ ଜବରଦସ୍ତ କମବ୍ୟାଙ୍କ କରିଛନ୍ତି ରିଷଭ ।
ପ୍ରଥମ ଟି୨୦ ବିଶ୍ୱକପରେ କମାଲ କରିବା ପରେ ଏବେ ଡିପିଏଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପୁରୁଣା ଦିଲ୍ଲୀ-୬ ଦଳର ନେତୃତ୍ୱ ନେଇଛନ୍ତି ରିଷଭ ପନ୍ତ। କିନ୍ତୁ ଏହି ମ୍ୟାଚରେ ୱିକେଟ କିପର ଭାବେ ନୁହେଁ ବୋଲର ଭାବେ ନଜର ଆସିଛନ୍ତି । ରିଷଭ ମ୍ୟାଚରେ ଇନିଂସର ଶେଷ ଓଭର ବୋଲିଂ କରୁଥିବାର ଦେଖାଯାଇଛି । ଭାରତୀୟ ଟିମ ପାଇଁ କେବେ ବୋଲିଂ କରିନାହାନ୍ତି ରିଷଭ, କିନ୍ତୁ ଆହତ ସମସ୍ୟାରୁ ଫେରିବା ପରେ ଏହି ଘରୋଇ ଟୁର୍ଣ୍ଣାମେଣ୍ଟରେ ସେ ବୋଲିଂ କରିଛନ୍ତି । ଏହା ଦେଖି ତାଙ୍କ ଫ୍ୟାନ୍ସମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି