ଖେଳ ଖବର

ସିଲି ପଏଣ୍ଟ: କୋହଲି ପ୍ରଶଂସକଙ୍କୁ ନିସ୍ତୁକ ମାଡ଼ – Kalinga News

[ad_1]

‘ଟାଇଗର ଜିନ୍ଦା ହେ’

ଆର୍‌ସିବି-ପଞ୍ଜାବ କିଙ୍ଗ୍ସ ମ୍ୟାଚ୍‌ ସମୟରେ ଜଣେ ପ୍ରଶଂସକ ପଡ଼ିଆ ମଝିକୁ ଚାଲି ଆସିବା ସହ କୋହଲିଙ୍କୁ ମୁଣ୍ଡିଆ ମାରି ତାଙ୍କୁ କୁଣ୍ଢାଇ ପକାଇଥିଲେ। ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ପଡ଼ିଆ ବାହାରକୁ ନେଇଯିବାରୁ ଖେଳ ସ୍ବଭାବିକ ଚାଲିଥିଲା। ହେଲେ ସଂପୃକ୍ତ ପ୍ରଶଂସକଙ୍କୁ ସୁରକ୍ଷାକର୍ମୀମାନେ ନେଇଯିବା ପରେ ପଡ଼ିଆ ବାହାରେ ଏକ ଅନ୍ଧାରୁଆ ସ୍ଥାନରେ ବିଧା, ଗୋଇଠା ମାରିଥିଲେ। ପ୍ରଶଂସକ ଜଣକ କ୍ଷମା ମାଗୁଥିଲେ ମଧ୍ୟ ସୁରକ୍ଷାକର୍ମୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଚାଲିଥିଲେ। ଜଣେ ଦର୍ଶକ ଏହି ଘଟଣାକୁ ମୋବାଇଲ୍‌ରେ ସୁଟିଂ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିଛନ୍ତି। ଯାହାଫଳରେ ଅନେକ ବ୍ୟବହାରକାରୀ ସୁରକ୍ଷାକର୍ମୀଙ୍କ ଏଭଳି ଆଚରଣକୁ ନିନ୍ଦା କରିଥିଲେ। କିନ୍ତୁ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆୟୋଜକଙ୍କ ପକ୍ଷରୁ ଠିକଣା ସମୟରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି।

ସିଏସ୍‌କେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବୁଧବାର ୱିକେଟ୍‌ ପଛରେ ଡାଇଭ୍‌ ମାରି ଏକ ଜଟିଳ କ୍ୟାଚ୍‌କୁ ସହଜ କରିଦେଇଥିଲେ। ଏହାକୁ ଦେଖି ସୁରେଶ ରାଇନା ତାଙ୍କ ପ୍ରଶଂସାରେ ଶତମୁଖ ହୋଇଯାଇଛନ୍ତି। ‘ଟାଇଗର ଜିନ୍ଦା ହେ (ବାଘ ଜୀବିତ ଅଛି)’ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ପାଳିର ଅଷ୍ଟମ ଓଭରରେ ଡାରେଲ୍‌ ମିଚେଲ୍‌ଙ୍କ ଆଉଟ୍‌ ସୁଇଂରେ ପରାସ୍ତ ହେବାରୁ ବଲ୍‌ ବିଜୟ ଶଙ୍କରଙ୍କ ବ୍ୟାଟ୍‌ ଏଜ୍‌ରେ ବାଜି ସ୍ଲିପ୍‌ ଆଡ଼କୁ ଯାଉଥିଲା। ଧୋନି ଡାହାଣପଟକୁ ଡାଇଭ୍‌ ମାରି ତାହାକୁ କ୍ୟାଚ୍‌ କରିନେଇଥିଲେ। ରାଇନା ତୁରନ୍ତ ତାଙ୍କ କ୍ୟାଚ୍‌ର ଭିଡିଓକୁ ପକାଇବା ସହ ସଲମାନ୍‌ ଖାନ୍‌ଙ୍କ ଅଭିନୀତ ବଲିଉଡ୍‌ ସିନେମା ‘ଟାଇଗର ଜିନ୍ଦା ହେ’ ଟାଇଟଲ୍‌ ନାମକୁ ଧୋନିଙ୍କ ପାଇଁ ବ୍ୟବହାର କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button