ଖେଳ ଖବର

ଦଳ ଚାମ୍ପିଅନ ହେବାପରେ ବିରାଟ ଓ ରୋହିତଙ୍କ ସ୍ତ୍ରୀ ସେୟାର କଲେ ଭାବବିହ୍ବଳ ପୋ‌ଷ୍ଟ   – Kalinga News

[ad_1]

ନୂଆଦିଲ୍ଲୀ: ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହେବାପରେ ଦଳକୁ ବିଭିନ୍ନ ଦିଗରୁ ଶୁଭେଚ୍ଛାର ସୁଆ ଛୁଟୁଛି।

ଅନ୍ୟପକ୍ଷରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ଘୋଷଣା କ୍ରିକେଟ ଖେଳପ୍ରେମୀଙ୍କୁ ଦୁଃଖୀ କରି ଦେଇଛି। ଏହାକୁ ନେଇ ଅନୁଷ୍କା ଶର୍ମା ଓ ରିତିକା ସଜଦେହ ଭାବିବହ୍ବଳ ପୋଷ୍ଟ ସେୟାର କରିଛନ୍ତି।

ରୋହିତଙ୍କ ସ୍ତ୍ରୀ ରିତିକା ଲେଖିଛନ୍ତି, ‘କହିବାକୁ ବହୁତ କିଛି ଅଛି କିନ୍ତୁ ଏଯାବତ କିଛି କହିବାକୁ ଶବ୍ଦ ନାହିଁ। କେବଳ ମନ ଯେତିକି ଭାବବିହ୍ବଳ ହେଉଛି ସେତିକି ଗର୍ବ ବି ଲାଗୁଛି। ଏହି ଖେଳାଳି ଓ ଦଳକୁ ଦେଶ ଗର୍ବିତ।’

ସେହିପରି ବିରାଟଙ୍କ ସ୍ତ୍ରୀ ଅନୁଷ୍କା ଲେଖିଛନ୍ତି, ‘ଦଳ ବିଜୟୀ ହେବାପରେ ମୋ ଝିଅ ଯେତେବେଳେ ଟିଭିରେ ଖେଳାଳିଙ୍କୁ କାନ୍ଦୁଥିବାର ଦେଖିଥିଲା ତାର ମନରେ ଗୋଟିଏ ପ୍ରଶ୍ନ ଥିଲା କି ବାପାଙ୍କ ପାଖରେ କିଏ ଅଛି ତାଙ୍କୁ ଆଲିଙ୍ଗନ କରିବାକୁ। ତାଙ୍କ ପାଖରେ ତ କୋଟିକୋଟି ଲୋକ ଥିଲେ ଆଲିଙ୍ଗନ କରିବାକୁ। କି ଚମତ୍କାର ବିଜୟ କି ଚମତ୍କାର ଉପଲବ୍ଧି।

ଅନୁଷ୍କା ଆଉ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଏହି ବ୍ୟକ୍ତିଙ୍କୁ ଖୁବ ଭଲ ପାଏ। ସେଥିପାଇଁ ତ ତାଙ୍କୁ ମୁଁ ମୋର ଘର ବୋଲି କହିଥାଏ। ସମୟ ବିଳମ୍ବ ନକରି ଏବେ ଯାଅ ବିଜୟର ଉତ୍ସାହ ପାଳନ କର।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button