ରାଜ୍ୟ

ଏବେ ସୁକିନ୍ଦାବାସୀ ଙ୍କ ସ୍ୱର ପ୍ରୀତିରଞ୍ଜନ

ଯାଜପୁର : ନିର୍ବାଚନ ସରି ଯାଇଛି ସତ କିନ୍ତୁ ଏବେ ବି ଅନେକ ନେତା ଙ୍କ ପରାଜୟ ପରେ ବି ତାଙ୍କୁ ଲୋକେ ମନେ ରଖିଛନ୍ତି ଏବଂ ତାଙ୍କ କାର୍ଯ୍ୟ ଧାରା କୁ କେହି ଭୁଲି ପାରୁ ନାହାଁନ୍ତି।ସେହିଭଳି ଜଣେ ନିଆରା ନେତା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ନା ମନରେ ଅଛି ହରିବାର ଦୁଃଖ ନିର୍ବାଚନ ପୂର୍ବରୁ ଯେମିତି ଆଜି ସେମିତି ଫଳାଫଳ ଦିନ ଠାରୁ ଆଜି ପର୍ଯ୍ୟନ୍ତ ସୁକିନ୍ଦା ବାସୀ ସୁଖ ଦୁଃଖ ରେ ସାମିଲ ହେଉଛନ୍ତି୨୦୨୪ ନିର୍ବାଚନରେ ସୁକିନ୍ଦାରେ ବିଜେପି ବିଜୟୀ ହୋଇଛି । ବିଜେପି ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ (ଟୁଟୁ) ବିଜୟୀ ହୋଇ ମନ୍ତ୍ରୀ ବି ହୋଇଛନ୍ତି । ନିର୍ବାଚନକୁ ୫ ମାସ ବିତିବା ପରେ ସୁକିନ୍ଦାରେ ବିଜେପି ବିକାଶ ଧାରାରୁ ଦୁରେଇ ବିବାଦ ଧାରାକୁ ଆପଣେଇଛି । ସୁକିନ୍ଦା ବିକାଶର ଧାରାରେ ବ୍ରେକ ଲାଗି ଯାଇଛି । ବିବାଦ, ଆକ୍ରୋଶ ଓ ହିଂସାର ଧାରା ବିଜେପି ଦଳକୁ ବିବାଦର ଭଉଁରୀ ଭିତରକୁ ଠେଲି ଦେଇଛି । ବିବାଦରୁ ବାହାରି ଆସିବାକୁ ଦଳର ନେତା ଉଦ୍ୟମ କରୁନଥିଲା ବେଳେ ଦଳୀୟ କର୍ମୀ କିନ୍ତୁ ଉତ୍ସାହିତ ହୋଇ ଦିନକୁ ଦିନ ସୁକିନ୍ଦାକୁ ଅଶାନ୍ତ କରି ଦେଲେଣି । ଯାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସୁକିନ୍ଦା ଭୋଟର ନୂଆ ଆଶା କରି ପରିବର୍ତ୍ତନ କରିବାକୁ ଯାଇ ଆଶଙ୍କାରେ ପଡି ସାରିଛନ୍ତି । ଫଳରେ ଦିନକୁ ଦିନ ବିଜେପି ଲୋକପ୍ରିୟତା ହରାଇ ଚାଲିଛି । ଦଳର ଆଦର୍ଶ ବିପରୀତ କାର୍ଯ୍ୟ ଦଳକୁ ନିମ୍ନଗାମୀ କରୁଥିଲା ବେଳେ ଅନୁଭବୀ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଚକ୍ରବ୍ୟୁହକୁ ଭେଦିବା ଏବେ ବିଜେପି ମୁଣ୍ଡ ବ୍ୟଥାର କାରଣ ହୋଇଛି । ନିଜ କର୍ମୀଙ୍କ ଆତଙ୍କ ରାଜ ସହିତ ଡ୍ୟାନିଙ୍କ ରାଜନୀତି ଚକ୍ରବ୍ୟୁହ ମନ୍ତ୍ରୀ ଟୁଟୁଙ୍କ ରକ୍ତଚାପ ବଢ଼ାଇବା ପାଇଁ ଯଥେଷ୍ଟ ହୋଇଛି । ନିର୍ବାଚନରେ ବିଜେଡି ପରାଜିତ ହୋଇ ଶାସନ କ୍ଷମତାରୁ ଯିବା ଓ ଡ୍ୟାନି ହାରିଯିବା ଉଭୟକୁ ନେଇ ସୁକିନ୍ଦା ବିଜେପି ବେଶ ଉତ୍ସାହିତ ହୋଇ ପଡ଼ିଥିଲା । ତା ସାଙ୍ଗକୁ ଟୁଟୁ ମନ୍ତ୍ରୀ ହେବା ମଧ୍ୟ ଦଳର ଉତ୍ସାହକୁ ଦ୍ବିଗୁଣିତ କରିଥିଲା । ବିଜେପି ଧରି ନେଇଥିଲା ପରାଜୟ ପରେ ଡ୍ୟାନି ସୁକିନ୍ଦାରୁ ଦୁରେଇ ଯିବେ । ହେଲେ ହେଲା ଓଲଟା । ନବୀନ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ନିଜ ନିର୍ବାଚନ ମଣ୍ଡଳୀରେ ଅଧିକ ସମୟ ଦେଇ ପାରୁନଥିବା ଡ୍ୟାନି ସୁକିନ୍ଦାରୁ ଦୁରେଇ ଯିବେ କଣ ସେ ଭୁବନେଶ୍ୱରରୁ ଦୁରେଇ ଯାଇ ସୁକିନ୍ଦାରେ ସର୍ବାଧିକ ସମୟ ଦେଉଛନ୍ତି । ନିଜ ଅଞ୍ଚଳର ବିଜେପି କର୍ମୀ ବିପଦରେ ପଡିଲେ ମଧ୍ୟ ବିନା ଡାକରାରେ ପହଞ୍ଚି ଯାଉଛନ୍ତି ସେମାନଙ୍କ ନିକଟରେ । ବିଜେପି କର୍ମୀଙ୍କ ଭଲ ମନ୍ଦ ଖବର ବିଜେପି ନେତାଙ୍କ ନିକଟରେ ପହଂଚିବା ପୂର୍ବରୁ ଡ୍ୟାନିଙ୍କ ନିକଟରେ କେମିତି ପହଞ୍ଚୁଛି ଓ ଡ୍ୟାନି କିଭଳି ସେଠାକୁ ଯାଇ ସାମିଲ ହେଉଛନ୍ତି ତାହା ବିଜେପିକୁ ଚିନ୍ତିତ କରିଛି । ଜଣେ ସରଳ, ମେଳାପି ତଥା ଖୋଲା ହୃଦୟର ଯୁବ ନେତା ଭାବେ ଡ୍ୟାନି କେବଳ ସୁକିନ୍ଦାରେ ନୁହେଁ ପୁରା ରାଜ୍ୟରେ ପରିଚିତ । ରାଜନୀତିରେ ବିଜୟ ଓ ପରାଜୟ ଦୁଇଟି ଦିଗ । କାଲି ବିଜୟ ଥିଲା ଆଜି ପରାଜୟ ଅଛି କାଲି ନିଶ୍ଚିତ ବିଜୟ ଆସିବ,ଏହା ହେଉଛି ଡ୍ୟାନିଙ୍କ ରାଜନୀତିର ମୂଳ ମନ୍ତ୍ର । ବିଜୟ ପରାଜୟ ଭୁଲି ଲୋକଙ୍କ ସେବା କରିବା କୁ ସେ ପ୍ରାଥମିକତା ଦେଉଛନ୍ତି । ଯାହା ଆଜି ପୁଣି ତାଙ୍କ ଲୋକପ୍ରିୟତାକୁ ବଢ଼ାଇ ଚାଲିଛି । ଡ୍ୟାନିଙ୍କ କାର୍ଯ୍ୟ ଧାରା ଦେଖି ସୁକିନ୍ଦାବାସୀ ଏବେ ନିଜର ପ୍ରିୟ ନେତାଙ୍କ ପ୍ରତି ନିର୍ବାଚନରେ ଅନ୍ୟାୟ ହୋଇଥିବା ମର୍ମେ ମର୍ମେ ଅନୁଭବ କଲେଣି । ଗତ ନିର୍ବାଚନରେ ନିର୍ବାଚନ ରଣଭୂମିରେ ପରାଜିତ ହୋଇ ଡ୍ୟାନି କିନ୍ତୁ ସୁକିନ୍ଦାବାସୀଙ୍କ ମନଭୂମିରେ ଖେଳ ଆରମ୍ଭ କରିଛନ୍ତି । ଆଉ ସୁକିନ୍ଦାବାସୀଙ୍କ ମନ ଜିତି ଚାଲିଛନ୍ତି । ଗୋଟିଏ ପଟେ ବିଜେପି ହିଂସା, ଆକ୍ରୋଶ, ଆକ୍ରମଣ, ରକ୍ତପାତ ଉପରେ ଭରସା କରି ଆତଙ୍କ ସୃଷ୍ଟି କରିଚାଲିଥିଲା ବେଳେ ଡ୍ୟାନି କିନ୍ତୁ ସ୍ନେହ, ଶ୍ରଦ୍ଧା ଓ ମମତାର ଖେଳ ଖେଳୁଛନ୍ତି । ଆଉ ଡ୍ୟାନିଙ୍କ ଖେଳକୁ ବେଶ ଗ୍ରହଣ କରୁଛନ୍ତି ସୁକିନ୍ଦାବାସୀ ଖୋଲା ହୃଦୟରେ । ସୁକିନ୍ଦାବାସୀଙ୍କ ନିକଟରେ ଡ୍ୟାନିଙ୍କ ଗ୍ରହଣୀୟତା ଆଗାମି ଦିନରେ ବିଜେପିରେ ଗ୍ରହଣ ଲଗାଇ ଦେବାର ଆଶଙ୍କା ସୃଷ୍ଟି କରିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button