ରାଜ୍ୟ

ବାଲୁକାକଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ – Kalinga News

[ad_1]

ପୁରୀ: ବାଲୁକାକଳାରେ ଟିମ୍ ଇଣ୍ଡିଆକୁ ଜଣାଇଲେ ଶୁଭେଚ୍ଛା । ଗତକାଲି ଟି ୨୦ ଓ୍ଵାର୍ଲ୍ଡ କପ୍‌ କୁ ଟିମ୍ ଇଣ୍ଡିଆ ହାତେଇବା ପରେ ସାରା ଭାରତରେ ସେଲିବ୍ରେସନର ମାହୋଲ୍। ଦୀର୍ଘ ୧୭ ବର୍ଷ ପରେ ଟିମ୍ ଇଣ୍ଡିଆକୁ ମିଳିଛି ବିଶ୍ୱକପ୍ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ପାଖାପାଖି ୫୦୦ ଟି କ୍ରିକେଟ ବଲ୍ ରେ ସୁଦର୍ଶନ କ୍ରିକେଟ ବ୍ୟାଟ୍ କୁ ବାଲୁକାକଳାରେ ସ୍ଥାନ ଦେବାସହ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ପ୍ରତିକୃତିକୁ ମଧ୍ୟ ଅତି ନିଖୁଣ ଭାବେର ନିଜ ବାଲୁକାକଳାରେ ସ୍ଥାନ ଦେଇଛନ୍ତି । ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ପ୍ରାୟ ୨୦ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳାରେ ଟି ୨୦ ଓ୍ଵାର୍ଲ୍ଡ କପର ଟ୍ରଫିକୁ ମଧ୍ୟ ସ୍ଥାନ ମିଳିଛି । କ୍ୟାପଟେନ୍ ରୋହିତ୍ ଶର୍ମା ଓ ପୁରା ଟିମ୍ ଇଣ୍ଡିଆକୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ । ସୁଦର୍ଶନଙ୍କ ଏହି ବାଲୁକାକଳାକୁ ଦେଖିବାକୁ ପୁରୀ ବେଳାଭୂମିରେ ପ୍ରବଳ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା ।

The post ବାଲୁକାକଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button