ଖେଳ ଖବର

ଭାରତ ବାଂଲାଦେଶ ପ୍ରଥମ ଟେଷ୍ଟ : ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟିଂରେ କମବ୍ୟାକ କଲା ଭାରତ, ୩୩୯/୬

ଭାରତ ବାଂଲାଦେଶ ପ୍ରଥମ ଟେଷ୍ଟରେ କମାଲ କରିଛନ୍ତି ଭାରତର ସ୍ପିନର ଯୋଡ଼ି ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା । ଉଭୟ ବ୍ୟାଟିଂରେ ଭାରତକୁ କମବ୍ୟାକ କରାଇଛନ୍ତି । ଅଶ୍ୱିନ ନିଜ ହୋମଗ୍ରାଉଣ୍ଡ ଚେନ୍ନାଇର ଚେପକରେ ନିଜ ବ୍ୟାଟିଂରେ ଯାଦୁ ଦେଖାଇଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚ ଶେଷ ସେସନରେ ନିଜ ଟେଷ୍ଟ କ୍ୟାରିଅରର ଷଷ୍ଠ ଶତକ ମାରିଛନ୍ତି ଅଶ୍ଵିନ ।

ଜାଡେଜା ମଧ୍ୟ ଅଶ୍ଵିନଙ୍କ ସାଥ ଦେଇଛନ୍ତି । ଅଶ୍ୱିନ ଓ ଜାଡେଜାଙ୍କ ଦମରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୩୩୯ ରନ କରି ନେଇଛି ।

ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ହାସନ ମହମୁଦ ଭାରତକୁ ପ୍ରଥମ ଝଟକା ଦେଇଥିଲେ । ଭାରତ ୩୪ ରନରେ ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲଙ୍କୁ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପରେ ଋଷଭ ପନ୍ତଙ୍କୁ ସାଥୀ କରି ଯଶସ୍ୱୀ ଜୈସୱାଲ ସ୍ଥିତି ସମ୍ଭାଳିଥିଲେ । କିନ୍ତୁ ଲଞ୍ଚ ବ୍ରେକର ତୃତୀୟ ଓଭରରେ ହାସନ ୩୯ ରନ କରିଥିବା ପନ୍ତଙ୍କୁ ଆଉଟ କରି ଦେଇଥିଲେ।

ପନ୍ତ ଆଉଟ ହୋଇଥିଲେ ହେଁ ଯଶସ୍ୱୀ କେଏଲ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ । ୫୬ ରନ କରିଥିବା ଯଶସ୍ୱୀଙ୍କୁ ଆଉଟ ହେବା ପରେ ୧୬ ରନ କରି କେଏଲ ରାହୁଲ ଆଉଟ ହୋଇଥିଲେ । ଭାରତ ୧୪୪ ରନରେ ୬ଷ୍ଠ ୱିକେଟ ହରାଇଥିଲା । ଏହାପରେ ରବୀନ୍ଦ୍ର ଓ ରବିଚନ୍ଦ୍ରନଙ୍କ ଉଭୟ କଡ଼ା ପ୍ରହାର କରି ପ୍ରଥମେ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଏଥିସହ ଅଶ୍ୱିନ ୧୦୮ ବଲରେ ନିଜର ଶତକ ହାସଲ କରିଥିଲେ । ଫଳରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୩୩୯ ରନ କରି ନେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button