ଦେଶ- ବିଦେଶ

ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ୫ଟି ସଙ୍କେତ , ଜାଣି ରଖନ୍ତୁ

ଥରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଏକ ପ୍ରଶ୍ନ ପଚାରିଲେ ଯେ ” ସାରଥୀ ଆପଣ ଏକ ବାକ୍ୟ କୁହନ୍ତି ଯେଉଁଥିରେ ଦୁଃଖରେବି ସୁଖର ଅନୁଭବ ହେବ ଏବଂ ସୁଖରେବି ଉତ୍ସାହିତ ଯେପରି ନହେବା “। ଏଥିରେ ଶ୍ରୀକୃଷ୍ଣ ଉତ୍ତର ଦେଇଥିଲେ ଯେ ” ଏହି ସମୟ ବି ବିତିଯିବ ” । ଅର୍ଥାତ ଜୀବନରେ ସୁଖ କିମ୍ବା ଦୁଃଖ ଏସବୁ ଅକ୍ପ ସମୟ ପାଇଁ ଆସିଥାଏ । ତେଣୁ ମଣିଷକୁ ଦୁଃଖ ନେଇ ଅଧିକ ବିଚଳିତ ହେବା ଉଚିତ ନୁହେଁ । କିନ୍ତୁ ମନୁଷ୍ୟ ଜୀବନକୁ ଖୁସି ଆସିବା ପୂର୍ବରୁ କିଛି ସଙ୍କେତ ଆସିଥାଏ । କିନ୍ତୁ ଆମେ ଏସବୁ ଆମେ ଜାଣି ପାରି ନଥାଉ କାରଣ ଆମେ ଯେଉଁ ବ୍ୟସ୍ତବହୁଳ ଜୀବନରେ ବଞ୍ଚୁଛୁ ସେଠାରେ ଆମ ନିଜ ପାଇଁ ବି ସମୟ ନାହିଁ । ମାତ୍ର ଯଦି ଆପଣ ଏସବୁ ସଙ୍କେତ ବୁଝି ନିଅନ୍ତି ତେବେ ଜୀବନ ଆହୁରି ସୁଖକର ହୋଇଯାଏ । ତେଣୁ ଚାଲନ୍ତୁ ଜାଣିନେବା ସେହି ସବୁ ସଙ୍କେତ ବିଷୟରେ ଯାହା ଆପଣଙ୍କ ଜୀବନରେ ଖୁସି ଆସିବାର ଇଙ୍ଗିତ କରିଥାଏ ।

୧ . ଘରର ସଦସ୍ୟଙ୍କ ମୁଁହରେ ହଠାତ ହସ :-
ଅନେକ ସମୟରେ ଆପଣ ଦେଖିବାକୁ ପାଇବେ ଯେ ଘରର ସଦସ୍ୟଙ୍କ ମନ ଖୁବ ଭଲ ରହିବ । ହଠାତ ସେମାନେ ବିନା କୌଣସି କାରଣରେ ହସିଲେ ଏହା ଆପଣଙ୍କ ଜୀବନକୁ ଖୁସି ଆସିବାର ସଙ୍କେତ ଦେଇଥାଏ । ଏହାଦ୍ବାରା ଆପଣଙ୍କ ଘରକୁ ବହୁତ ଜଲଦି ଅନେକ ଖୁସି ଆସିବାର ସଙ୍କେତ ମିଳିଥାଏ ।

୨ . ପୁରୁଣା ବନ୍ଧୁ କିମ୍ବା ସଜ୍ଜନଙ୍କ ସହିତ ସାକ୍ଷାତ :-
ଏମିତିରେ ତ ଘରକୁ ଅତିଥି ଆସିଲେ ଏହା ଶାସ୍ତ୍ର ଅନୁସାରେ ଖୁବ ଶୁଭ ହୋଇଥାଏ । ଏହିପରି ଯଦି ଆପଣଙ୍କର ଖୁବ ଘନିଷ୍ଠ ପୁରୁଣା ବନ୍ଧ ହଠାତ ଘରକୁ ଆଗମନ କରନ୍ତି ତେବେ ଏହା ଆପଣଙ୍କ ଜୀବନର ଏକ ବଡ଼ ଖୁସିର ସଙ୍କେତ ଅଟେ । ଏହା ଈଶ୍ୱରଙ୍କର ଏକ ସଙ୍କେତ ଅଟେ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button