ମନୋରଞ୍ଜନ

‘ଡନ୍-3’ ପାଇଁ ସୁଟିଂ ଆରମ୍ଭ କରିବେ ରଣବୀର ସିଂ, ସମ୍ପୂର୍ଣ୍ଣ ଭିନ୍ନ ଷ୍ଟାଇଲରେ ନଜର

ଣବୀର ସିଂ ଏବଂ ଦୀପିକା ପାଦୁକୋନ ନିଜ ଝିଅ ସହ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଛନ୍ତି । କିନ୍ତୁ ଏବେ ଖବର ଆସିଛି ଯେ ରଣବୀର ସିଂ ଖୁବ୍ ଶୀଘ୍ର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡନ୍-3’ ପାଇଁ ସୁଟିଂ ଆରମ୍ଭ କରିବେ । ରଣବୀର କିଛି ସମୟ ପୂର୍ବରୁ ଏହି ଫିଲ୍ମର ଟିଜର ସେୟାର କରିଥିଲେ । ଯାହା ପରେ ଫ୍ୟାନ୍ସମାନେ ଆପେକ୍ଷା କରିଥିଲେ ।

ଏଭଳି ପରିସ୍ଥିତିରେ ଫିଲ୍ମର ସୁଟିଂ ଡେଟ ଫ୍ୟାନ୍ସଙ୍କ କ୍ରେଜକୁ ଆହୁରି ବଢ଼ାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ‘ଡନ୍ 3’ ଫିଲ୍ମର ସୁଟିଂ ୨୦୨୫ ରେ ଆରମ୍ଭ ହୋଇପାରେ । ଫରହାନ ଅଖତରଙ୍କ ଏହି ଫିଲ୍ମରେ କିଆରା ଆଡଭାନୀ ଏବଂ ରଣବୀର ମୁଖ୍ୟ ଭୂମିକାରେ ଅଛନ୍ତି । କିଆରା ବର୍ତ୍ତମାନ ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ସହିତ ‘ୱାର 2’ ସୁଟିଂରେ ବ୍ୟସ୍ତ ଅଛନ୍ତି ।

ରିପୋର୍ଟ ଅନୁସାରେ କିଆରା ଆଡଭାନୀ ଏବଂ ରଣବୀର ସିଂ ଆସନ୍ତା ବର୍ଷ ଜାନୁଆରୀରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ । କୁହାଯାଉଛି ଯେ ରଣବୀର ସିଂ ଏବଂ କିଆରା ଆଡଭାନୀଙ୍କୁ ଫିଲ୍ମରେ ସମ୍ପୂର୍ଣ୍ଣ ଭିନ୍ନ ଷ୍ଟାଇଲରେ ଦେଖିବାକୁ ମିଳିବ।

Related Articles

Leave a Reply

Your email address will not be published. Required fields are marked *

Back to top button