ଖେଳ ଖବର

ମୁମ୍ବାଇକୁ ହରାଇଲେ ସନ୍ଦୀପ, ଜୟସ୍ବାଲ – Kalinga News

[ad_1]

ଜୟପୁର: ସନ୍ଦୀପ ଶର୍ମାଙ୍କ ୫ ୱିକେଟ୍ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଜମାଣିଆ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ରେ ବିଜୟ ଧାରା ଜାରି ରଖିଛି। ସୋମବାର ଖେଳାଯାଇଥିବା ୩୮ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୯ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଶୀର୍ଷ ସ୍ଥାନକୁ ଦୃଢ଼ କରିବା ସହ ପ୍ଲେ ଅଫ୍‌ ଆଡ଼କୁ ପାଦେ ଆଗକୁ ବଢ଼ିଛି। ସଂଜୁ ସାମ୍‌ସନ୍‌ଙ୍କ ଦଳ ଅଷ୍ଟମରୁ ସପ୍ତମ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଅଷ୍ଟମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରି ଚାପରେ ପଡ଼ିଛି। ୧୮୦ ରନ୍‌ ଲକ୍ଷ୍ୟରେ ଖେଳିଥିବା ରୟାଲ୍ସ ପାଇଁ ‌‌ଜୋସ୍ ବଟ୍‌ଲର୍‌ ଏବଂ ଯଶସ୍ବୀ ଜୟସ୍ବାଲ ପ୍ରଥମ ୱିକେଟ୍ ପାଇଁ ୭୪ ରନ୍ କରିଥିଲେ।

ରାଜସ୍ଥାନ ପାୱାରପ୍ଲେରୁ ୬୧ ରନ୍ ଉଠାଇଥିବା ବେଳେ ବର୍ଷା ପାଇଁ ମ୍ୟାଚ୍‌ ୪୦ ମିନିଟ୍ ଅଟକିଥିଲା। କିନ୍ତୁ ଏହା ପରେ ଜୟସ୍ବାଲ ୬୦ ବଲ୍‌ରୁ ୧୦୪* ରନ୍ (୯ ଚୌକା, ୭ ଛକା) କରି ଚଳିତ ଋତୁରେ ନିଜର ପ୍ରଥମ ବଡ଼ ପାଳିକୁ ଶତକରେ ପରିଣତ କରି ନେଇଥିଲେ। ସଂଜୁ ସାମ୍‌ସନ୍‌ (୨୮ ବଲ୍‌ରୁ ୩୮* ରନ୍, ୨ ଚୌକା, ୨‌ ଛକା)ଙ୍କ ସହ ଜୟସ୍ବାଲ ଅତୁଟ ଦ୍ବିତୀୟ ୱିକେଟ୍‌ ପାଇଁ ୧୦୯* ରନ୍ ଯୋଡ଼ି ୮ ବଲ୍ ପୂର୍ବରୁ ଦଳକୁ ବିଜୟୀ କରାଇଛନ୍ତି। ତିଳକ ବର୍ମାକୁ ଚୌକା ମାରି ଜୟସ୍ବାଲ ମ୍ୟାଚ ଶେ‌ଷ କରିଛନ୍ତି। ଆଇପିଏଲ୍‌ କ୍ୟାରିୟରରେ ଏହା ଜୟସ୍ବାଲଙ୍କ ଦ୍ବିତୀୟ ଶତକ। ପ୍ରଥମ ଶତକଟିକୁ ମଧ୍ୟ ସେ ଗତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମାରିଥିଲେ।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୭୯/୯ (ତିଳକ ବର୍ମା-୬୫, ନିହାଲ ୱା‌ଧେରା-୪୯, ସନ୍ଦୀପ ଶର୍ମା-୫/୧୮, ‌‌‌ଟ୍ରେଣ୍ଟ୍ ବୋଲ୍ଟ-୨/୩୨, ୟୁଝବେନ୍ଦ୍ର ଚହଲ-୧/୪୮, ଆୱେସ ଖାନ୍‌-୧/୪୯)। ରାଜସ୍ଥାନ ରୟାଲ୍ସ ୧୮.୪ ଓଭରରେ ୧୮୩/୧ (ଯଶସ୍ବୀ ଜୟସ୍ବାଲ-୧୦୪*, ସଂଜୁ ସାମସନ୍‌-୩୮*, ଜୋସ ବଟଲର୍‌-୩୫, ପୀୟୂଷ ଚାୱଲା-୧/୩୩)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button