ଦେଶ- ବିଦେଶ

ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେଲେ ଅଭିନେତା ପ୍ରବୀଣ ଡବାସ, ଆଇସିୟୁରେ ଭର୍ତ୍ତି ଥିବା ସୂଚନା

କାର ଦୁର୍ଘଟଣାରେ ଭୟଙ୍କର ଭାବେ ଆହତ ହୋଇଛନ୍ତି ଖୋସଲା କା ଘୋସଲାର ଫେମ ପ୍ରବୀଣ ଡବାସ । ଆଜି ସକାଳେ ପ୍ରବୀଣଙ୍କ ସହ ହୋଇଛି ଏମିତି ଅଭାବନୀୟ ଘଟଣା । ଦୁର୍ଘଟଣାରେ ପ୍ରବୀଣ ଗୁରୁତର ଭାବେ ଆହତ ହୋଇଛନ୍ତି । କୁହାଯାଉଛି ପ୍ରବୀଣ ନିଜେ ହିଁ ଡ୍ରାଇଭ କରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ପ୍ରବୀଣଙ୍କୁ ମୁମ୍ବାଇର ବାନ୍ଦରା ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେ ଆଇସିୟୁରେ ଭର୍ତ୍ତି ଥିବା ସୂଚନା ମିଳିଛି । ପ୍ରବୀଣଙ୍କ ଚିକତ୍ସାରେ ଡାକ୍ତରମାନେ ଲାଗି ପଡିଛନ୍ତି । ପ୍ରବୀଣଙ୍କ ସ୍ତ୍ରୀ ପ୍ରୀତି ଝଙ୍ଗୟାନୀ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ।

ପ୍ରବୀଣଙ୍କ ଦୁର୍ଘଟଣା ପରେ ପୁରା ପରିବାର ଚିନ୍ତାରେ ଅଛି । ପ୍ରବୀଣଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି । ଡାକ୍ତର ପ୍ରବୀଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି । ଅଭିନେତାଙ୍କ ଦୁର୍ଘଟଣାର ଖବର ଶୁଣିବା ପରେ ଫ୍ୟାନ୍ସମାନେ ଚିନ୍ତାରେ ଅଛନ୍ତି । ଅଭିନେତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ତାଙ୍କ ଫ୍ୟାନ୍ସ । ପ୍ରବୀଣ ଡବାସଙ୍କ ଫିଲ୍ମ କ୍ୟାରିଅର ବିଷୟରେ କହିବାକୁ ଗଲେ ସେ ଅନେକ ଫିଲ୍ମ କରିଛନ୍ତି । ଯେପରିକି ମୈନେ ଗାନ୍ଧୀକୋ ନହିଁ ମାରା, କୁଛ ମିଠା ହୋ ଯାଏ, ଦ ହିରୋ: ଲଭ ଷ୍ଟୋରି ଅଫ ଏ ସ୍ପାଏ ଓ ଦିଲ ଲଗି ଭଳି ଅନେକ ଫିଲ୍ମ ରେ ସେ ନିଜ କଳାର ଯାଦୁ ଦେଖାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button