ଦେଶ- ବିଦେଶ

UPSC ନିଯୁକ୍ତିରେ ୪୦ ପଦବୀ ଭର୍ତ୍ତି ପାଇଁ ଘୋଷଣା, ଜାଣନ୍ତୁ କିପରି ରହିବ ଚୟନ ପ୍ରକ୍ରିୟା

ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ସଂଘ ଲୋକ ସେବା ଆୟୋଗ ବରିଷ୍ଠ ପଶୁ ଚିକିତ୍ସା ଅଧିକାରୀ ସମେତ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଏହି ନିଯୁକ୍ତି ପାଇଁ ୪୦ଟି ପଦବୀ ଖାଲି ପଡିଛି । ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାିଟକୁ ଯାଆନ୍ତୁ ।

ପଦବୀ ବିବରଣୀ : ୪୦

ୟୁପିଏସସିରେ ସାଇଣ୍ଟିଷ୍ଟ – ୬

ସାଇଣ୍ଟିଫିକ୍ ଅଫିସର – ୪

ପ୍ରଫେସର ଏବଂ ଲେକ୍ଚର – ଗୋଟିଏ ଗୋଟିଏ

ଟେକିନିକାଲ ଅଫିସର – ୩

ଟ୍ରେନିଂ ଅଫିସର -୯

ସିନିୟର ଭେଟନାରୀ – ୧୬

ଆବେଦନ ତାରିଖ : ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମେ ୧୫କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଆବେଦନ ଫର୍ମର ପ୍ରିଣ୍ଟଆଉଟ ବାହାର କରିବା ପାଇଁ ମେ୧୬କୁ ଶେଷ ତାରିଖ ଭାବରେ ଧାର୍ଯ୍ୟ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା : ଭିନ୍ନ ଭିନ୍ନ ପଦବୀ ଅନୁଯାୟୀ ଅଲଗା ଅଲଗା ଯୋଗ୍ୟତା ଧାର୍ଯ୍ୟ କରାଯାଇଛି । ସାଇଣ୍ଟଷ୍ଟ ବି ପଦବୀ ପାଇଁ ପ୍ରାର୍ଥୀ ଯେକୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଫିଜିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ସହିତ ଗୋଡିଏ ବର୍ଷର ଏକ୍ସପିରିଏନ୍ସ ରହିଥିବା ଆବଶ୍ୟକ । ଅନ୍ୟ ପଦବୀ ପାଇଁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ନିହାତି ଜରୁରୀ । ସେହିପରି ଅନ୍ୟାନ୍ୟ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତାକୁ ଗୁରୁତ୍ବ ଦିଆଯାଇଛି ।

ଆବେଦନ ଶୁଳ୍କ : ସାଧାରଣ, ଓବିସି, EWS ପୁରୁଷ ପ୍ରାର୍ଥୀଙ୍କ ପାଇଁ ୨୫ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି । ଏସସି, ଏସଟି, ମହିଳା ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ରଖାଯାଇନାହିଁ ।

ଚୟନ ପ୍ରକ୍ରିୟା : ପରୀକ୍ଷା ପରେ ଇଣ୍ଟରଭ୍ୟୁ କରାଯିବ । ଇଣ୍ଟରଭ୍ୟୁ ପାଇଁ ବର୍ଗ ଅନୁଯାୟୀ ମାର୍କ ଟାର୍ଯ୍ୟ କରାଯାଇଛି । ଇଣ୍ଟରଭ୍ୟୁରେ ମୋଟ ୧୦୦ ନମ୍ବର ରହିଛି । ସାଧାରଣ ଏବଂ EWS ବର୍ଗର ପ୍ରାର୍ଥୀଙ୍କ ପାଇଁ ଇଣ୍ଟରଭ୍ୟୁରେ ୫୦ମାର୍କ, ଓବିସି ପ୍ରାର୍ଥୀଙ୍କ ପାଇଁ ୪୫ ମାର୍କ, ଏସସି/ଏସଟି/ପିଡବ୍ୟ୍ଲୁବିଡି ପ୍ରାର୍ଥୀଙ୍କ ପାଇଁ ୪୦ମାର୍କ ଧାର୍ଯ୍ୟ କରାଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button