ଦେଶ- ବିଦେଶ

ଭିଡିଓରେ ଦେଖନ୍ତୁ ; ରୋଗୀ ଦେଖିଲେ ସାଉଥ୍‌ ଫିଲ୍ମ, ଡାକ୍ତର କଲେ ଅସ୍ତ୍ରୋପଚାର..

ନୂଆଦିଲ୍ଲୀ : ଏକ ଭିନ୍ନ ଓ ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଘଟଣା କ୍ରମେ ଡାକ୍ତରମାନେ ସମ୍ପୂର୍ଣ୍ଣ ଅସ୍ତ୍ରୋପଚାର କରିବା ସମୟରେ ଜଣେ ରୋଗୀ ଚେତାରେ ରହିବା ସହ ଏକ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି । ମସ୍ତିଷ୍କ ଅସ୍ତ୍ରୋପଚାର କରିବା ସମୟରେ କରାଯାଉଥିବା ଏକ ସ୍ୱତନ୍ତ୍ର ପ୍ରଣାଳୀ ଯାହାକୁ (Awake Craniotomy) ରୁପରେ ଜଣାଯାଏ ।

ଏହି ପ୍ରଣାଳୀ ପାଇଁ ରୋଗୀଙ୍କୁ ହୋସ୍‌ରେ ରହିବା ଆବଶ୍ୟକ । ଭାଇରାଲ ଭିଡିଓରେ ଦେଖିପାରିବେ, ଡାକ୍ତର ଅସ୍ତ୍ରୋପଚାର କରିବା ସମୟରେ ରୋଗୀ ଜଣକ ସାଉଥ୍‌ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ଫିଲ୍ମ ଦେଖୁଛନ୍ତି । ଏହି ଅସ୍ତ୍ରୋପଚାର ଆନ୍ଧ୍ରପ୍ରଦେଶର କାକୀନାଡା ସରକାରୀ ହସ୍ପିଟାଲରେ ହୋଇଛି ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button